Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲୁଣ୍ଡି ସରକାରୀ ବିଶ୍ଵ ସେବା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ ସଦର ମହକୁମା ସ୍ଥିତ ବିଶ୍ଵସେବା ସରକାରୀ ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ମହାପାତ୍ର ମୁଖ୍ୟଅତିଥି, ଚିପିଲିମା କୃଷି ମହାବିଦ୍ୟାଳୟ କ୍ଷେତ୍ର ସଂଚାଳକ ଡା. ଆଦିତ୍ୟ କିରଣ ପଢିଆରି ମୁଖ୍ୟବକ୍ତା, କୁଲୁଣ୍ଡି ସରପଞ୍ଚ ପଙ୍କଜିନୀ କୁମୁରା, ସମିତି ସଭ୍ୟା ସୁଷମା କୈବର୍ତ୍ତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ସିଲ ଓ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ସ୍କୁଲର କ୍ରୀଡା ମହୋତ୍ସବ ଟନିକ ଭଳି କାର୍ଯ୍ୟ କରିଥାଏ। ସୁସ୍ଥ ଶରୀର ବିନା ମନ ଠିକ ରହେ ନାହିଁ, ସୁଷମ ଖାଦ୍ୟ ସହ କ୍ରୀଡା ହିଁ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ। ତେଣୁ ଶିକ୍ଷା ସହ କ୍ରୀଡା ର ମଧ୍ୟ ନିହାତି ଆବଶ୍ୟକ ବୋଲି ଅତିଥି ମାନେ କହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ l ସହକାରୀ ଶିକ୍ଷକ ସମୀର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ନିହାରିକା ମାଝୀ ସଭା ପରିଚାଳନା କରିଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନାଟିକା, ଯୋଗ, ଗୀତ ଓ ରେକର୍ଡ ନୃତ୍ୟ ଆଦି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।