Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଧନେଶ୍ୱର ସଂକ୍ରାନ୍ତି ସଂଘ ର ଜରୁରୀ ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ବାବା ଗୋଧନେଶ୍ଵର ଶୈବପୀଠରେ ଠାରେ ଶନିବାର ଗୋଧନେଶ୍ଵର ଶିବଶକ୍ତି ସଂକ୍ରାନ୍ତି ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ଦିଲ୍ଲୀପ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ‌ ବରିଷ୍ଠ ସଦସ୍ୟ କେଶବ ନନ୍ଦ ପଣ୍ଡା ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆସନ୍ତା ମାଘ ମାସରେ ୧୦ ତମ ରାମାୟଣ ପାରାୟଣ ହେବାକୁ ଥିବା ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ଦୀର୍ଘ ୭୦ ବର୍ଷ ହେବ ମନ୍ଦିର ପରିସରରେ ଉକ୍ତ ସଂଘ ପକ୍ଷରୁ ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ୧୯ ଗୋଟି ଗାଁ ରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ସାମିଲ ହୋଇଛନ୍ତି ।‌ ପ୍ରତ୍ୟେକ ମାସର ସଂକ୍ରାନ୍ତିରେ ଦିନ ଉକ୍ତ ଶୈବପୀଠ ଠାରେ ବିଭିନ୍ନ ସାମାଜିକ କାର୍ଯ୍ୟ ଆୟୋଜିତ ହେବାର ସ୍ଥିରକୃତ ହୋଇଛି । ଏଥିରେ ବିଜେପି ନେତା ଆନନ୍ଦ ବାରିକ , ଭୁଲାଶଙ୍କର ବାଘ , ସୁଦାମ ମେହେର ପ୍ରମୁଖ ଯୋଗଦେଇ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପୂଜକ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କେଶବା ନନ୍ଦ ପଣ୍ଡା ପୁରାଣ ପଠନ କରିଥିଲେ । ଏଥିରେ ସଭାପତି ପ୍ରଭଞ୍ଜନ ପ୍ରଧାନ , ସମ୍ପାଦକ ସୂର୍ଯ୍ୟ ନାରାୟଣ ତରିଆ , କୋଷାଧ୍ୟକ୍ଷ ବୈଦ୍ୟନାଥ ବିଶ୍ଵାଳ , ଉପଦେଷ୍ଟା ଶ୍ରୀ ପ୍ରଧାନ , ଗକୁଳ ମାଝି , ଗୈାରିଶଙ୍କର ପାଣିଗ୍ରାହୀ , ବି ସିକେସନ ସେଠୀ , ମହନ ଜଟି , ଛନକ ସାହୁ , ସର୍ବେଶ୍ଵର ରଥ , ବୈକୁଣ୍ଠ ପଧାନ , ରଞ୍ଜନ ମହାକୁର , ବିଶ୍ଵାମିତ୍ର ନାଗ , ମନ ପଧାନ , କୃଷ୍ଣ ଚନ୍ଦ୍ର ପଧାନ , ରାମ ଶଙ୍କର ପାଣିଗ୍ରାହୀ , ଅକ୍ଷୟ କୁମାର ପାଣ୍ଡେ , ସୀତାରାମ ପଧାନ , ବୁଲୁ ପର୍ଡିଆ , ରିସପାଲ ସାହୁ , ବୈଦ୍ୟନାଥ ସାହୁ , ସାନ ମେହେର , ମିତ୍ରଭାନୁ ପ୍ରଧାନ ,ଗଣ୍ଡା ସାମରଥ ,ଅନୁରି ମେଣ୍ଡିଲି , ବିଶାଖା ମେଣ୍ଡିଲି , ଯଜ୍ଞସନୀ ଚୈଧରୀ , ବୃନ୍ଦାବତୀ ପଧାନ , ଭାର୍ଗବୀ ସାହୁ , ପରମେଶ୍ବର ବିଶି , ଏକାଦୁଶିଆ ଖମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।