Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ସରକାରୀ ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳଦିଶ ତ୍ରିଲୋଚନ ପଟେଲ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ନୀଳମଣି ସାହୁ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ, ସରପଞ୍ଚ ବିଜୟ କୁମାର ନାୟକ, ସମିତି ସଭ୍ୟ ଅଶୋକ କୁମାର ବାଘ, ଶିକ୍ଷକ ତିର୍ଥରାଜ ନାୟକ, ପର୍ଶୁରାମ ପଟେଲ, ଅବସରପ୍ରାପ୍ତ ଶିକ୍ଷକ ନେତ୍ରାନନ୍ଦ ନାଏକ, ପରିଚାଳନା କମିଟି ସଭାପତି ମନ୍ଦାକିନୀ ପଧାନ ପ୍ରମୁଖ ମଞ୍ଚାଷିନ ଥିଲେ। ଅତିଥିଗଣ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ସ୍କୁଲର କ୍ରୀଡା ମହୋତ୍ସବ ଟନିକ ଭଳି କାର୍ଯ୍ୟ କରିଥାଏ। ସୁସ୍ଥ ଶରୀର ବିନା ମନ ଠିକ ରହେ ନାହିଁ, ସୁଷମ ଖାଦ୍ୟ ସହ କ୍ରୀଡା ହିଁ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ। ତେଣୁ ଶିକ୍ଷା ସହ କ୍ରୀଡା ର ମଧ୍ୟ ନିହାତି ଆବଶ୍ୟକ ବୋଲି ଅତିଥି ମାନେ କହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଆକାଶ କୁମାର ପଟେଲ ବିବରଣୀ ପାଠ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଶୁଭ୍ରାମଲ୍ଲିକ ପଟେଲ ଅତିଥି ପରିଚୟ ପ୍ରଦାନ ସ୍ବାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନାଟିକା, ଯୋଗ, ଗୀତ ଓ ରେକର୍ଡ ନୃତ୍ୟ ଆଦି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ