Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓବିସି ଜନ ଜାଗରଣ ରଥ ପରିକ୍ରମାର ଶେଷ ଦିନରେ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ଯୋଗଦାନ

ଜମନକିରା : ଗତ ମାସ ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ବାହାରିଥିବା ଓବିସି ଜନ ଜାଗରଣ ଯାତ୍ରା ସମ୍ବଲପୁର ଜିଲ୍ଲା ପରେ ଆଜି ସୁନ୍ଦରଗଡ ଜିଲ୍ଲା ପ୍ରବେଶ କରିଛି । ଝାରସୁଗୁଡ଼ା, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ନୁଆପଡା, ବରଗଡ଼, ସମ୍ବଲପୁର ପରେ ସୁନ୍ଦରଗଡ଼ର ଭସ୍ମା, ମଶାଣକାନି ଦେଇ ସନ୍ଧ୍ୟାରେ ସୁନ୍ଦରଗଡ଼ ଠାରେ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସଭାପତି ଶଙ୍କର ପାତ୍ର, ମହାସଚିବ ସୁବାଷ ନାୟକ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ପ୍ରବକ୍ତା ବିରଞ୍ଚି ସାହୁ ଆଦିଙ୍କ ନେତୃତ୍ୱ ଓ ଉପସ୍ଥିତିରେ ରଥକୁ ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ବିପୁଳ ସ୍ୱାଗତ କରାଯାଇଥିଲା। ସୁନ୍ଦରଗଡ଼ ଏସଆରଆଇଟି କଲୋନୀରେ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଓବିସି ଙ୍କ ଦାବି ପ୍ରକୃତରେ ଅମର ହକ ଅଟେ ଏବଂ ଆଗାମୀ ଦିନରେ ଓବିସିଙ୍କୁ ଛାଡି ରାଜନୀତି କରୁଥିବା ନେତା ଙ୍କୁ ବର୍ଜନ କରିବହୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସ୍ନେହଲତା ପଟେଲ, ପ୍ରହଲ୍ଲାଦ ନାୟକ , ରବୀନ୍ଦ୍ର ପଟେଲ,ବି ଜେ ପି ଓ ବି ସି ମୋର୍ଚ୍ଚା ଉପସଭାପତି ଯଶୋବନ୍ତ ନାଏକଙ୍କ ସମେତ କଂଗ୍ରେସ ଓ ବିଜେଡି ର ଓବିସି ନେତା ମାନେ ମଧ୍ୟ ଯୋଗଦେଇ ଦାବିପ୍ରତି ସମର୍ଥନ ଜଣାଇ ଜନ ଗଣନା କରିବା ଓ ସଂଖ୍ୟା ଅନୁସାରେ ଶିକ୍ଷା, ଚାକିରି ଓ ରାଜନୀତିରେ ସଂରକ୍ଷଣ ଦାବି କରିଥିଲେ।