Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜବୈଦ୍ୟ ଗୋପୀନାଥଙ୍କ ସ୍ଥାୟୀ ସ୍ମୃତି ସ୦ରକ୍ଷଣ ଓ ଚିକିତ୍ସା ମଞ୍ଜରୀର ପ୍ରକାଶନ ଓ ବହୁଳ ପ୍ରସାରଣ ପାଇଁ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ

ସମ୍ବଲପୁର:ରବିବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ରାଜବୈଦ୍ୟ ସ୍ମୃତି ସମିତି ଓ ସିଦ୍ଧେଶ୍ଵରୀ ଧର୍ମ ସ୦ସଦର ମିଳିତ ଉଦ୍ୟମରେ ସମିତିର ସଭାପତି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରଘୁନାଥ ମିଶ୍ରଙ୍କ ସଭାପତିତ୍ବରେ ମୋଦିପଡା ପଣିଟାଙ୍କି ପରିସରସ୍ଥ ଜୀବନ କ୍ଲବରେ ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ୩୯୮ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଓ ଵିଶେଷ ଅତିଥିଭାବେ ଯଥାକ୍ରମେ ସର୍ବଶ୍ରୀ ଡଃ ଦିଗାମ୍ବର ନାୟକ, ଡଃ ପ୍ରଭୁଦତ୍ତ ପ୍ରମୋଦ କୁମାର ମିଶ୍ର, ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଯୋଗଦାନ କରିଥିଲେ।
ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ତୈଳଚିତ୍ରରେ ପୁଷ୍ପମାଳ ଦେଇ ପୂଜାର୍ଚ୍ଚନା କରିବା ବାଦ୍ ସିଦ୍ଧେଶ୍ୱରୀ ଧର୍ମ ସ୦ସଦର ସଭାପତି ଗୋପୀନାଥ ଷଡ଼ଙ୍ଗୀ ପ୍ରାରମ୍ଭିକ ଗୀତ ଗାୟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବୈଦ୍ୟ ବିଷ୍ଣୁ ପ୍ରସାଦ ପଟେଲଙ୍କୁ ଚିକିତ୍ସା ମଞ୍ଜରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ପାଲା ଗାୟକ ଲକ୍ଷ୍ମଣ ପଟେଲ ଭଜନ ଗାନ କରିଥଲେ।
ପୂର୍ବରୁ ସିଦ୍ଧେଶ୍ଵରୀ ଧର୍ମ ସ୦ସଦର ମୁଖପତ୍ର ସିଦ୍ଧିପ୍ରଜ୍ଞା -୨୦୦୩-୨୪ ମୁଖ୍ୟ ଅତିଥି ଡଃ ଦିଗାମ୍ବର ନାୟକଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା।ଏହାପରେ ରାଜବୈଦ୍ୟ ସ୍ମୃତି ସମିତିର ସ୦ପାଦକ ଜନ୍ମେଜୟ ବାବୁ ପ୍ରାରମ୍ଭିକ ସୂଚନା ଜ୍ଞାପନ କରିଥିଲେ।
ସଭାପତି ରଘୁନାଥ ମିଶ୍ର ତାଙ୍କର ଅଭିଭାଷଣରେ କହିଥିଲେ ଯେ, ରାଜବୈଦ୍ୟ ଗୋପୀନାଥଙ୍କ ସ୍ଥାୟୀ ସ୍ମୃତି ସ୦ରକ୍ଷଣ ଓ ଅନନ୍ୟ କୃତି ଚିକିତ୍ସା ମଞ୍ଜରୀ ବୈଦ୍ୟଗ୍ରନ୍ଥର ପ୍ରକାଶନ ଓ ବହୁଳ ପ୍ରସାରଣ ପାଇଁ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ।
ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହା ବିଭୁତି ଭୂଷଣ ମିଶ୍ରଙ୍କ ପରିଚାଳନା ଓ ସବିତା ମିଶ୍ରଙ୍କ ସ୦ଯୋଜନାରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୨୦ରୁ ଊର୍ଦ୍ଧ୍ବ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ଶେଷରେ ସିଦ୍ଧେଶ୍ଵରୀ ଧର୍ମ ସ୦ସଦର ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।