ଭୋଜପୁର ସରକାରୀ ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ;ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚୟମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ.. ତ୍ରୀଲୋଚନ ପଟେଲ


ଜମନକିରା : ଜମନକିରା ବ୍ଲକ ଭୋଜପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆଇରିନା ମିଞ୍ଜ ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ହେମସାଗର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରାୟଗଡ଼ା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ ତ୍ରିଲୋଚନ ପଟେଲ ଯୋଗଦେଇ ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ମିଳିବ ନିଶ୍ଚୟ ବୋଲି ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝାଇଥିଲେ। ସମ୍ମାନିତ ଅତିଥି ରୂପେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସିଂ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ସୁଶିଲ କୁମାର ନାୟକ , ଅବସରପ୍ରାପ୍ତ ଶିକ୍ଷକ ଦଶାବତାର ସାହୁ ଏବଂ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ମଳୟ ବେହେରା ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ସ୍କୁଲର କ୍ରୀଡା ମହୋତ୍ସବ ସହ ବାର୍ଷିକ ମହୋତ୍ସବ ଔଷଧ ଭଳି କାର୍ଯ୍ୟ କରିଥାଏ। ସୁସ୍ଥ ଶରୀର ବିନା ମନ ଠିକ ରହେ ନାହିଁ, ସୁଷମ ଖାଦ୍ୟ ପାଠ ସହ କ୍ରୀଡା ହିଁ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ। ତେଣୁ ଶିକ୍ଷା ସହ କ୍ରୀଡାର ମଧ୍ୟ ନିହାତି ଆବଶ୍ୟକ ବୋଲି ଅତିଥି ମାନେ କହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷକ ରୋହିତ କୁମାର ନାଥ ଅତିଥି ପରିଚୟ ପ୍ରଦାନ କରିବା
ସହ ସଭା ପରିଚାଳନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲୀପ କୁମାର ପଟେଲ, ଅମିୟ କୁମାର ନାୟକ, ରାଧେଶ୍ୟାମ ବାରିକ, ସୁକାନ୍ତ ଚୌଧୁରୀ, ସଞ୍ଜୁ ଲତା ବାଘ, ପଙ୍କଜିନି ବାରିକ, ରଶ୍ମି କୁସୁମ, ରୁବୀ ଦାଶ ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ନାଟିକା, ଓଡ଼ିଶୀ, ୟୋଗା, ନୃତ୍ୟ, ଗୀତ, ସଙ୍ଗୀତ ଓ ରେକର୍ଡ ନୃତ୍ୟ ପ୍ରଭୁତି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ହୋଇଥିଲା।