Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତିଭା ବିକାଶ ଅଭିଯାନର ସଦସ୍ୟ ଓ ଶିକ୍ଷାବିତ ସମାବେଶ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଂଚଳରେ ଶିକ୍ଷାର ବିକାଶ ଓ ପ୍ରତିଭା ଚୟନ ଅଭିଯାନରେ ଦୀର୍ଘବର୍ଷ ଧରି ଉଦ୍ୟମ କରୁଥିବା ଶିକ୍ଷାନୁରାଗୀ ଓ ଶିକ୍ଷାବିତଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡିୟ ମହୁକୁମାସ୍ଥ କୁଚିଣ୍ଡା ମହାବିଦ୍ୟାଳୟ ପ୍ରେଖ୍ୟାଳୟରେ ଅନୁଷ୍ଠିତ ସଭାରେ କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ମଣିଷକୁ ପୂର୍ଣ୍ଣାଙ୍ଗ ଓ ଆନନ୍ଦମୟ କରିଥାଏ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାରେ ଡା. ହୃଦାନନ୍ଦ ନାଏକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡା.ସତ୍ୟବ୍ରତ ଦୋରା, ପୂର୍ବତନ ଅଧ୍ୟକ୍ଷ ସୁବାସ ନାଏକ, ରାଜ୍ୟରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଉପଦେଷ୍ଟା ଲକ୍ଷପତି ନନ୍ଦ, ବିଶିଷ୍ଟ ଶିକ୍ଷାବିତ ତଥା ଉପଦେଷ୍ଟା ରତନ ଲାଲ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ସଭାକୁ ଅଧ୍ୟାପକ ପ୍ରଶାନ୍ତ ପଟେଲ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଦେବେନ୍ଦ୍ର ନାଏକ ବାର୍ଷିକ ବିବରଣୀ ପଠନ କରିଥିଲେ। ଆବାହକ ପ୍ରଭାତ ବେହେରା କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ସଭାରେ ୨୦୨୨ ଅଭିଯାନର ସଦସ୍ୟଙ୍କୁ କୃତଜ୍ଞତା ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ସଦସ୍ୟ ତଥା କୁଚିଣ୍ଡା ମହାବିଦ୍ୟାଳୟ ଆଲମୁନି ସଭାପତି ପ୍ରଫୁଲ୍ଲ ସାହୁ, ସମ୍ପାଦକ ପୁର୍ଣ୍ଣେନ୍ଦୁ ମହାନ୍ତି, ଡା.ଜ୍ୟୋତ୍ସ୍ନା ପ୍ରଧାନ, ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି, ପ୍ରକୃତି ବନ୍ଧୁ ସୁଗତ ପଟେଲ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚକ୍ରଧର ମାଝୀ, ରମାକାନ୍ତ ମହାକୁଳ, ଶ୍ରମିକ ନେତା ମହମଦ ମୁର୍ତ୍ତୁଜା, ଅଧ୍ୟାପକ ସତ୍ୟନାରାୟଣ ପଟେଲ, କୃଷ୍ଣଚନ୍ଦ୍ର ପୂଜାରୀ, ବରିଷ୍ଠ ଶିକ୍ଷକ ବିନୋଦ ସାହୁ, ସାଂକୃତିକ ସଂଗଠକ ମଳୟ ବେହେରା, ନାଲକୋ ଡେପୁଟି ମ୍ୟାନେଜର ରାମଚନ୍ଦ୍ର ମାଝୀ, ଓକିଲ ସଂଘର ପୂର୍ବତନ ସଭାପତି ରବୀନ୍ଦ୍ର ନାଏକ, ବରିଷ୍ଠ ଶିକ୍ଷକ ପ୍ରମୋଦ ଚୌଧୁରୀ, ବିମଳା ଚୌଧୁରୀ, କଲ୍ୟାଣୀ ପଟେଲ, ଦୀପକ ନାୟକ, ସମାଜସେବୀ ଅତୁଲ ଅଗ୍ରୱାଲ, ଦୁଃଖବନ୍ଧୁ କିସାନ, ପ୍ରବୀଣ ବେହେରା, ବିକାଶ ସାହୁ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସଭାରେ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ପ୍ରଧାନ ଶିକ୍ଷକ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅବସର ପ୍ରାପ୍ତ ଶିକ୍ଷକ କୈଳାସ ନାଏକଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଭିଯାନକୁ ପୃଷ୍ଟପୋଷାକତା ଦେଇ ଶିକ୍ଷାର ବିକାଶ ସକାଶେ ଉଦ୍ୟମ କରୁଥିବା ସଦସ୍ୟଙ୍କୁ ମାନପତ୍ର ଦିଆଯାଇଥିଲା। ସଭା ପ୍ରାରମ୍ଭରେ ଦିବଂଗତ ସମାଜସେବୀଙ୍କ ଉଦେଶ୍ୟରେ ନିରବ ପ୍ରାଥନା କରାଯାଇଥିବା ବେଳେ ଅଭିଯାନର କାର୍ଯ୍ୟକୁ ମାଗାଜିନ ୨୦୨୨ କୁ ଅତିଥିଗଣ ଲୋକାର୍ପିତ କରିଥିଲେ। ସଭାରେ ଶତାଧିକ ଶିକ୍ଷାବିତ ଓ ପରିବାର ସଦସ୍ୟ ମାନେ ଯୋଗ ଦେଇଥିଲେ। ଉତ୍ସବରେ କୁଚିଣ୍ଡା କଲେଜ ଓ ଭାତପୁରା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories