Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ସରକାରୀ ବାଳିକା ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ; କଠିନ ପରିଶ୍ରମ ହିଁ ସଫଳତାର ଚାବକାଠି, ମୁଖ୍ୟଅତିଥି ହେମାସାଗର ସାହୁ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ହେମସାଗର ଭୋଇ ଯୋଗ ଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବକାଠି ବୋଲି ଛାତ୍ରୀଛାତ୍ର ମାନଙ୍କୁ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ଉତ୍ତରାଞ୍ଚଳ ଶିକ୍ଷା ମଣ୍ଡଳାଧିଶ ପାନାମଣି ମୁର୍ମୁ ଯୋଗଦେଇ ମନକୁ ଦୃଢ଼ କଲେ ସବୁ କ୍ଷେତ୍ରରେ ବିଜୟ ହେବା ସୁନିଶ୍ଚିତ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ ତ୍ରିଲୋଚନ ପଟେଲ, ବ୍ଲକ ଉପାଧ୍ୟକ୍ଷ ରୋହିତ ଭୋଇ, ପରିଚାଳନା କମିଟି ସଭାପତି ଅନିତା କୁଜୁର, ବରିଷ୍ଠ ନାଗରିକ ଧନେଶ୍ଵର ପଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ବେହେରା, ନିରଞ୍ଜନ କୁସୁମ ପ୍ରମୁଖ ଯୋଗଦେଇ ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ, ଜୀବନରେ ଯେତେ ବି ପ୍ରତିବନ୍ଧକ ଆସୁ ତାକୁ ମୁକାବିଲା କରି ଆଗକୁ ବଢିବା, ଜୀବନରେ ଆତ୍ମ ବିଶ୍ୱାସ ଓ ଆତ୍ମ ପ୍ରଚେଷ୍ଟା ମଣିଷ କୁ ସଫଳତା ଦେଇଥାଏ ବୋଲି ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝେଇ ଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ସ୍କୁଲର କ୍ରୀଡା ମହୋତ୍ସବ ସହ ବାର୍ଷିକ ମହୋତ୍ସବ ଔଷଧ ଭଳି କାର୍ଯ୍ୟ କରିଥାଏ। ସୁସ୍ଥ ଶରୀର ବିନା ମନ ଠିକ ରହେ ନାହିଁ, ସୁଷମ ଖାଦ୍ୟ ପାଠ ସହ କ୍ରୀଡା ହିଁ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ। ତେଣୁ ଶିକ୍ଷା ସହ କ୍ରୀଡାର ମଧ୍ୟ ନିହାତି ଆବଶ୍ୟକ ବୋଲି ଅତିଥି ମାନେ କହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ନିରଞ୍ଜନ ସେଠ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଶିବଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋହନ ଅହାଦାର, ଲଜିତା ଧଳ, ମଧୁସ୍ମିତା ଦାଶ, ପ୍ରିୟରଂଜନ ଶାଥୁଆ, ଦୀପା ଗୁରୁ, ପ୍ରଭାସ ଚନ୍ଦ୍ର ବଢାଇ, ବିଷ୍ଣୁପ୍ରିୟା ସାହୁ, ଅବିନାଶ ବାଘ, ଲିପିକା ତ୍ରିପାଠୀ ଏବଂ ସୁନୀତା ସାହୁଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିରାମିଡ ନୃତ୍ୟ ନାଟିକା, ଓଡ଼ିଶୀ, ୟୋଗା, ସମ୍ବଲପୁରୀ ନୃତ୍ୟ, ଗୀତ, ସଙ୍ଗୀତ ଓ ରେକର୍ଡ ନୃତ୍ୟ ପ୍ରଭୁତି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ବେଶ ଜନାଦୃଷ୍ୟ ହୋଇଥିଲା। ଏଥିରେ ବହୁ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ