Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ଵୀକୃତି ଦେବା ପାଇଁ ଭାଷା ସଂସ୍କୃତି ଜାଗରଣ ଯାତ୍ରା କୁ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସମର୍ଥନ

ଜମନକିରା : ଓଡ଼ିଶା ସରକାର ଭାରତର ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସମ୍ୱଲପୁରି/କୋଶଳୀ ଭାଷାକୁ ସାମିଲ କରିବାକୁ ଚିଠି ଲେଖି ଚୁପ ହୋଇ ଯାଇଛନ୍ତି। କେନ୍ଦ୍ର ସରକାର ଏହାକୁ ତୁରନ୍ତ ସ୍ଵୀକୃତି ଦିଅନ୍ତୁ। ଅନୁରୂପ ଭାବରେ ରାଜ୍ୟ ସରକାର ରାଜ୍ୟର ଦ୍ଵିତୀୟ ଭାଷା କରିବା, ଭାଷା ଏକାଡେମୀ ସ୍ଥାପନ, ପ୍ରାଥମିକ ଶିକ୍ଷାକୁ ସମ୍ବଲପୁରି ଭାଷା ମାଧ୍ୟମରେ କରିବା ଆଦି ଦାବିକୁ ଲୋକପ୍ରିୟ କରାଯିବାକୁ ପଶ୍ଚିମ ଓଡ଼ିଶା ପିଉପୂଲ୍ସ ଫୋରମର ଆବାହକ ଦ୍ବୟ ସପନ ମିଶ୍ର, ସୁବାସଚନ୍ଦ୍ର ନାୟକଙ୍କ ସମେତ ବିଶିଷ୍ଟ ଅଭିନେତା ମନୋଜ ମିଶ୍ର ଝାରସୁଗୁଡ଼ା ଠାରେ ଗତକାଲି ଘୋଷଣା କରିଛନ୍ତି। ଏହି ଜନ ଜାଗରଣ ପଦଯାତ୍ରା ନୃସିଂହନାଥ ଠାରୁ ଚଳିତ ମାସ ୨୨ ତାରିଖ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୨୮ ତାରିଖ ଦିନ ସୁନ୍ଦରଗଡ଼ର ସମଲେଇ ମନ୍ଦିର ଠାରେ ସମାହିତ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏହି ଜନ ଜାଗରଣ ଯାତ୍ରାରେ ମନୋଜ ମିଶ୍ର ଙ୍କ ସହ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପୂର୍ଣ୍ଣ ସମର୍ଥନ ଦେବା ସହ ମୁଁ ନିଜେ ପୂର୍ଣ୍ଣ ସମୟ ଦେବି ବୋଲି ମୁକ୍ତି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକ ଏକ ବିବୃତିରେ ଜଣାଇବା ସହ ଓଡ଼ିଶା ଜନ ଜାଗରଣ ଯାତ୍ରାକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories