Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଚେଲ୍ ଷ୍ଟାର୍କ ହେଲେ IPL ଇତିହାସର ସବୁଠୁ ମହଙ୍ଗା ଖେଳାଳି, ଏତିକି ଟଙ୍କାରେ ନିଜ ଦଳରେ ସାମିଲ୍ କଲା KKR

ଦୁବାଇ: ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି  ହୋଇଛନ୍ତି ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ୍ କରିଛି।  ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ପାଇଁ ଖେଳାଳିଙ୍କ ନିଲାମ ଚାଲିଛି। ଏହି ସମୟରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦  ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କର ରେକର୍ଡ ଭାଙ୍ଗିଛନ୍ତି ତାଙ୍କ ଦେଶର ଖେଳାଳି ମିଚେଲ୍ ଷ୍ଟାର୍କ।

ଏଥିସହ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ମିଚେଲ୍ ଷ୍ଟାର୍କ। କୋଲକାତା ନାଇଟ୍ ରାଇଡର୍ସ(କେକେଆର) ୨୪ କୋଟି ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିବାରେ ସଫଳ ହୋଇଛି। ଷ୍ଟାର୍କଙ୍କ ବେସ୍ ପ୍ରାଇସ୍  ହେଉଛି ୨ କୋଟି। ତାଙ୍କୁ ନିଜ ଦଳରେ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଡାକରା ଦେଇଥିଲା। ଏହା ପରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଲଢେଇ ୯ କୋଟି ୬୦ ଲକ୍ଷ ଯାଏ ଚାଲିଥିଲା। ଏହା ପରେ ଗୁଜରାଟ୍ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଗୁଜରାଟ ୨୪ କୋଟି ୫୦ ଲକ୍ଷ ଡାକରା ଦେଇଥିଲେ ହେଁ  କୋଲକାତା ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟାର୍କଙ୍କୁ କିଣିବାରେ ସଫଳ ହୋଇଛି।   

ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କ ପାଇଁ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ବେସ୍ ପାଇସ୍ ୨ କୋଟି ଟଙ୍କା ଥିବା ପାଟ୍ କମିନ୍ସଙ୍କୁ ଶେଷରେ  ହାଇଦ୍ରାବାଦ  ୨୦ କୋଟି ୫୦ ଲକ୍ଷରେ ନିଜ ଦଳରେ ସାମିଲ୍ କରିବାରେ ସଫଳ ହୋଇଛି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୪ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। ପଞ୍ଜାବ କିଙ୍ଗ୍ସ ଭାରତର ମଧ୍ୟ ଦ୍ରୁତଗାମୀ ବୋଲର  ହର୍ଷଲ ପଟେଲଙ୍କୁ ୧୧ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି। ଓ୍ଵେଷ୍ଟଇଣ୍ଡିଜର ଅଲଜାରି ଯୋଶେଫଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୧ କୋଟି ୫୦ ଲକ୍ଷରେ ନିଜ ଦଳରେ ସାମିଲ୍ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ