Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ସରକାରୀ ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ; ଶିକ୍ଷା ହିଁ ସଫଳତାର ମୂଳମନ୍ତ୍ର ମୁଖ୍ୟଅତିଥି ଉପାଧକ୍ଷ ରୋହିତ ଭୋଇ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ପଙ୍କଜ ବେହେରା ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ଉପାଧକ୍ଷ ରୋହିତ ଭୋଇ ଯୋଗ ଦେଇ ଶିକ୍ଷା ହିଁ ସଫଳତାର ମୂଳମନ୍ତ୍ର ବୋଲି ଛାତ୍ରୀଛାତ୍ର ମାନଙ୍କୁ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗଦେଇ ମନକୁ ଦୃଢ଼ କଲେ ସବୁ କ୍ଷେତ୍ରରେ ବିଜୟ ହେବା ସୁନିଶ୍ଚିତ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ, ସରପଞ୍ଚ ଅଜିତ ନାଏକ, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା, ଶିକ୍ଷକ ସଂଘ ସଭାପତି ବିରେନ୍ଦ୍ର କୁମାର ପଟେଲ, ନିରଞ୍ଜନ ସିଟ୍ ପ୍ରମୁଖ ଯୋଗଦେଇ ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ, ଜୀବନରେ ଯେତେ ବି ପ୍ରତିବନ୍ଧକ ଆସୁ ତାକୁ ମୁକାବିଲା କରି ଆଗକୁ ବଢିବା, ଜୀବନରେ ଆତ୍ମ ବିଶ୍ୱାସ ଓ ଆତ୍ମ ପ୍ରଚେଷ୍ଟା ମଣିଷ କୁ ସଫଳତା ଦେଇଥାଏ ବୋଲି ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝେଇ ଥିଲେ। ଏଥିସହ ଅତିଥିଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମାନସିକ ସୁସ୍ଥତା ପାଇଁ ସ୍କୁଲର ବାର୍ଷିକ ମହୋତ୍ସବ ମନକୁ ଉଷହିତ କରିଥାଏ। ସୁସ୍ଥ ଶରୀର ପାଇଁ ସୁଷମ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି ଅତିଥି ମାନେ କହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଖତ ଦେଇ, ସରିତ ପଟେଲ, ଅରୁଣ କୁମାର ସାହୁ, ସୁମତି ବାଘ, ସୁଜାତା କିସାନ, ସାବିତ୍ରୀ ନାଏକ, ଗଜାନନ ଦର୍କା, ପ୍ରଶାନ୍ତ କିସାନ, ବସନ୍ତ ସେଠ ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିରାମିଡ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ସଙ୍ଗୀତ ଓ ରେକର୍ଡ ନୃତ୍ୟ ପ୍ରଭୁତି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ବେଶ ଜନାଦୃଷ୍ୟ ହୋଇଥିଲା। ଏଥିରେ ବହୁ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ