ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ; ବିଦ୍ୟା ଉପାର୍ଜନ କଲେ ମହାଧନ ଭାବେ ସଫଳତା ମିଳିବ ମୁଖ୍ୟଅତିଥି ଏସଡିସି ଅଧକ୍ଷ ଶୋଭାରାମ ପଧାନ


ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ମହୋତ୍ସବ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧକ୍ଷ ଶୋଭାରାମ ପଧାନ ଯୋଗ ଦେଇ ଶିକ୍ଷା ହିଁ ସଫଳତାର ମୂଳମନ୍ତ୍ର, ଶାରିରୀକ ଓ ମାନସିକ ସ୍ତରରେ ବିକାଶ ହେଲା ନିଜର ଉନ୍ନତି ହୋଇପାରିବ, ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ ବୋଲି ଛାତ୍ରୀଛାତ୍ର ମାନଙ୍କୁ ବୁଝାଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳାଧିଶ ପାନାମଣି ମୁର୍ମୁ ଯୋଗଦେଇ ମନକୁ ଦୃଢ଼ କଲେ ସବୁ କ୍ଷେତ୍ରରେ ବିଜୟ ହେବା ସୁନିଶ୍ଚିତ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଶିକ୍ଷା ଜିଲ୍ଲା ନିରୀକ୍ଷକ ନରେଶ କୁମାର ଖମାରୀ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ, ଅର୍ଡବହାଲ ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ, କୁଚିଣ୍ଡା ଉପଖଣ୍ଡ ଟ୍ରେଜରି ଅଧିକାରୀ ପିଙ୍କି ସେଠ, ସହ ଶିକ୍ଷା ଅଧିକାରୀ ଦେବକୀ ନାଏକ, ସରପଞ୍ଚ ବିଜୟ କୁମାର ନାୟକ, ସମିତି ସଭ୍ୟ ଅଶୋକ କୁମାର ବାଘ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ପ୍ରମୁଖ ଯୋଗଦେଇ ଲକ୍ଷ୍ୟ ସ୍ଥିର କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ, ଜୀବନରେ ଯେତେ ବି ପ୍ରତିବନ୍ଧକ ଆସୁ ତାକୁ ମୁକାବିଲା କରି ଆଗକୁ ବଢିବା, ଜୀବନରେ ଆତ୍ମ ବିଶ୍ୱାସ ଓ ଆତ୍ମ ପ୍ରଚେଷ୍ଟା ମଣିଷ କୁ ସଫଳତା ଦେଇଥାଏ, ବିଦ୍ୟାଳୟ ହେଉଛି ବିଶାଳ ବଟବୃକ୍ଷ ସଦୃଶ୍ୟ, ମନ୍ଦିର ସଦୃଶ୍ୟ। ପୂଜକ ଯଦି ଭଲରେ ପୂଜା କରେ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ମାନସିକ ସୁସ୍ଥତା ପାଇଁ ସ୍କୁଲର ବାର୍ଷିକ ମହୋତ୍ସବ ମନକୁ ଉଷହିତ କରିଥାଏ। ସୁସ୍ଥ ଶରୀର ପାଇଁ ସୁଷମ ଶାରୀରିକ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି ବୋଲି ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ମାଧ୍ୟମରେ ବୁଝେଇ ଥିଲେ। ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସ୍ୱରୂପା ମାଝୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ସହକାରୀ ଶିକ୍ଷକ ହିମାଦ୍ରି କଂଶରାଲି ବାର୍ଷିକୀ ବିବରଣୀ ପଠନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସହକାରୀ ଶିକ୍ଷୟିତ୍ରୀ ଅଳକା ପଟେଲ କରିଥିଲେ। ଚଉବେଦି ପାଢ଼ୀ, ନାରାୟଣ ପଧାନ, ମମତା ପଣ୍ଡା, ସୁଧୀର ପଣ୍ଡା, ଅଚ୍ୟୁତ ପଧାନ, ତିର୍ଥରାଜ ନାୟକ, ନୀଳମଣି ଝାଙ୍କର, ଖିତୁନ ଦଶଭାୟ ଏବଂ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପିରାମିଡ ଓଡ଼ିଶୀ ନୃତ୍ୟ, ବିହୁ ନୃତ୍ୟ, ନାଟକ, ସମ୍ବଲପୁରୀ ନୃତ୍ୟ, ଗୀତ, ସଙ୍ଗୀତ ଓ ରେକର୍ଡ ନୃତ୍ୟ ପ୍ରଭୁତି ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷଣ ବେଶ ଜନାଦୃଷ୍ୟ ହୋଇଥିଲା। ଏଥିରେ ବହୁ ଅଭିଭାବକ, ଅଭିଭାବିକା ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।