Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାକୁ ଜିଲ୍ଲା ଦାବି ଆହ୍ବାନ ରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କ ଆନ୍ଦୋଳନରେ ସାମିଲ

ଜମନକିରା : ସରକାର ପଦ୍ମପୁର ଜିଲ୍ଲା ଘୋଷଣା ପାଇଁ ସଜବାଜ ହେଉଥିବା ବେଳେ ଆଜି କୁଚିଣ୍ଡା ଉପଖଣ୍ଡ କୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଘୋଷଣା ଦାବି କରି ଦେଇଥିବା ଆହ୍ବାନ ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି।ଉପଜିଲ୍ଲାପାଳଙ୍କ ସମେତ ସେଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଅଫିସ କୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓକିଲ ସଂଘ ସଭାପତି ପ୍ରମୋଦ ଛୁରିଆ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଓକିଲ ହୃଦାନନ୍ଦ ଶର୍ମା, ସଚିଦାନନ୍ଦ ଶର୍ମା ପ୍ରମୁଖଙ୍କ ନେତୃତ୍ୱରେ ପିକେଟିଂ କରି ଅନୁରୋଧ କରିବାରୁ ଅଧିକାରୀ ଗଣ ଫେଇ ଯିବାକୁ ବାଧ୍ୟ ହୋଇଥିଲେ। କମିଟିର ସଦସ୍ୟଙ୍କ ପିକେଟିଂ ଯୋଗୁଁ ସମସ୍ତ ସରକାରୀ ବେସରକାରୀ ଅନୁଷଠାନ, ଅଫିସ, ସ୍କୁଲ , କଲେଜ, ବ୍ୟାଙ୍କ, ଦୋକାନ, ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଗ୍ରାମାଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୋଜପୁର, କେସାଇବାହାଳ ମଧ୍ୟ ସଂପୂର୍ଣ୍ଣ ବନ୍ଦ ଥିଲା।ସହରର ମୁଖ୍ୟ ସ୍ଥଳ, ପୁରୁଣା ବସଷ୍ଟାଣ୍ଡରେ କମିଟିର ସଦସ୍ୟଙ୍କ ସହ ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାଏକ, ବିଜେପି କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତି, କଂଗ୍ରେସ ର ପୂର୍ବ ନଗରପାଳ ଅଖିଳ ପ୍ରତାପ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିବାରୁ ଏହି ସର୍ବଦଳୀୟ ଦାବି ରାଜ୍ୟ ସରକାର ପୂରଣ କରିବେ ବୋଲି କମିଟିର ଅନ୍ୟତମ ସକ୍ରିୟ ନେତା ପୂର୍ବ କଲେଜ୍ ଅଧ୍ୟକ୍ଷ ସୁବାଷ ନାୟକ ଆଶା ପ୍ରକାଶ କରିଛନ୍ତି। ସେ ଏକ ବିବୃତିରେ କୁଚିଣ୍ଡାର ଜନ ସାଧାରଣଙ୍କ ସ୍ଵତଃସ୍ପୃର୍ତ୍ତ ଭାବେ ବନ୍ଦ କୁ ସମର୍ଥନ କରିଥିବାରୁ ଆନ୍ଦୋଳନ କାରୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ