Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ବନ ଦୁର୍ଗା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ସଦର ମହକୁମା ସ୍ଥିତ ବନ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଆଜି ବୁଧବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବଡ଼ରମା ସରପଞ୍ଚ ବିଜୟ କୁମାର ନାୟକ ଯୋଗଦେଇ ପତାକା ଅବତରଣ କରିଥିଲେ। ପରେ ପରେ କ୍ଷୀର ଢ଼ାଳି ମଶାଲ କୁ ଲିଭେଇ କ୍ରୀଡା ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସମିତିସଭ୍ୟ ଅଶୋକ କୁମାର ବାଘ ପ୍ରମୁଖ ଯୋଗଦେଇ ଖେଳାଳି ଛାତ୍ରୀଛାତ୍ରଙ୍କୁ ଉଷାହିତ କରିଥିଲେ। ସେହିପରି ଦ୍ୱିତୀୟ ଦିନ ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ସ୍କୁଲ ପାଇଁ ଜମି ପ୍ରଦାନ କରିଥିବା ଜମିଦାତା ପର୍ଶୁରାମ ପଟେଲ ଯୋଗଦାନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାକୁ ମଶାଲ ଜାଲିବା ସହ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାୟତ ସମିତିସଭ୍ୟ ଅଶୋକ କୁମାର ବାଘ ଯୋଗଦାନ କରି ଖେଳର ମହତ୍ତ୍ଵ ଅଧିକ ଥିବା ନେଇ ବକ୍ତବ୍ୟ ଓ ଗୁରୁତ୍ଵ ଥିବା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଉଚ୍ଚ ଡିଆଁ, ଲମ୍ବଡିଆଁ, ଦୌଡ଼, ପୁଚି, ଫୁଟବଲ୍, କବାଡି, ଖୋଖୋ, ଡିଷକସ ଥ୍ରୋ, ଜାଭେଲିନ ଥ୍ରୋ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଭୟ ଦିନ ଖେଳରେ କ୍ରୀଡା ଶିକ୍ଷକ ଧରଣୀଧର ନାୟକ ଏବଂ ଇନ୍ଦ୍ରମଣି ପୁରୋହିତ ଖେଳ ପରିଚାଳନା କରିଥିଲେ। ବାଳକ ବିଭାଗରେ ବସନ୍ତ ବାଘ ବିଜେତା ଘୋଷଣା କରାଯାଇଥିବା ବେଳେ ବାଳିକା ବିଭାଗରେ ରଶ୍ମିତା ବୁଡ଼ ବିଜେତା ଘୋଷିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ସାହୁ, ମୁକୁଲ ବେହେରା, କାନନ ବିହାରୀ ସାହୁ, ପ୍ରମୋଦ ସିଂ, ସୁନିଲ ପଟେଲ, ଅରୁଣ ପଟେଲଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ