ମିଶନ ଶକ୍ତି ଦ୍ଵାରା ଧାନ କ୍ରୟ ।


ଦେବଗଡ଼ ତା ୨୨.୧୨.୨୦୨୩ ଦେବଗଡ଼ ପୁରୁଣାଗଡ ଠାରେ ମିଶନ ଶକ୍ତି ର ବାମଣ୍ଡା ଏସ୍ ଏ ଜି ଧାନ କିଣିବା କାର୍ଯ୍ୟର ଉଦଘାଟନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ ଯୋଗଦେଇଥିଲେ ‌। ଚଳିତ ବର୍ଷ ପାଇଁ ୧୧୮ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେଥିମଧ୍ୟରୁ ଆଜି ଉଦଘାଟନୀ ଦିବସରେ ୫୧୭ କୁଇନଟାଲ ଧାନ ଚାଷୀମାନଙ୍କର ଠାରୁ କ୍ରୟ କରାଯାଇଅଛି । ଏହା ଦ୍ଵାରା ପ୍ରଥମ କରି ଧାନ କିଣିବା ପାଇଁ ଆଗେଇ ଆସିଥିବା ସ୍ୱୟଂ ସହାୟିକା ଦଳର ମା ମାନଙ୍କ ମନକୁ ଉତ୍ସାହିତ କରିଅଛି । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଚାଷୀ ସୋସାଇଟ ପ୍ରେସିଡେଣ୍ଟ ପ୍ରମୋଦ ଝାଙ୍କର, ଏ. ସି .ଏସ. ଓ., ଡିପିସି ମିଶନ ଶକ୍ତି ସ୍ମରଣିକା ମହାପାତ୍ର ଓ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।