Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ି ପାରନ୍ତି କ୍ୟାପଟେନ୍ ପାଣ୍ଡ୍ୟା

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ ଆଇପିଏଲ୍‌ ଇତିହାସର ସଫଳତମ ଅଧିନାୟକ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କୁ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ମୁମ୍ବାଇର ଏହି ନିଷ୍ପତ୍ତିକୁ କ୍ରିକେଟ୍‌ରେ ଜଗତରେ ଖୁବ୍ ସମାଲୋଚନା କରାଯାଇଛି। ଏହା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଭାରତୀୟ ଦଳ ପାଇଁ ଆସିଛି ବଡ ଖବର। ଏମିତି ଖବର ଯାହା ମୁମ୍ବାଇ ଇଣ୍ଡିଆନ୍ସକୁ ଚିନ୍ତାରେ ପକାଇପାରେ।

ପିଟିଆଇ ଅନୁଯାୟୀ ଆହତଜନିତ ସମସ୍ୟା କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ି ପାରନ୍ତି। ଏପରିକି ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ଶୃଙ୍ଖଳା ଖେଳିବାର ତାଙ୍କର କୌଣସି ସମ୍ଭାବନା ନାହିଁ। ବିସିସିଆଇ ଅନୁଯାୟୀ, ହାର୍ଦ୍ଦିକଙ୍କ ଫିଟନେସ୍ ଉପରେ ଏ ପର୍ଯ୍ୟନ୍ତ ଅପଡେଟ୍ ମିଳିନାହିଁ। ଆଇପିଏଲ୍‌ରେ ତାଙ୍କର ଖେଳିବା ନେଇ ବଡ଼ ପ୍ରଶ୍ନ ରହିଛି।  ଏହା ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତାକୁ ବଢାଇପାରେ। କାରଣ ଦଳ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦେଇଛି। ଯଦି ପାଣ୍ଡିଆନ ଖେଳିବେ ନାହିଁ ତେବେ ମୁମ୍ବାଇର ଅଧିନାୟକ କିଏ  ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ବଢିବାରେ ଲାଗିଛି।

ରୋହିତ ନେବେ ନେତୃତ୍ଵ

ହାର୍ଦ୍ଦିକ ପାଣ୍ଡ୍ୟା ଆଘାତଜନିତ ସମସ୍ୟାରୁ ନ ମୁକୁଳିବା ଭାରତୀୟ ଦଳ ପାଇଁ ବଡ଼ ଝଟକା ହୋଇପାରେ। ସୂର୍ଯ୍ୟକୁମାର ଯାଦବ ପୂର୍ବରୁ ହିଁ ଆହତ ହୋଇ ସାରିଛନ୍ତି ଏବଂ ତାଙ୍କର ମଧ୍ୟ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଖେଳିବାର ସମ୍ଭାବନା ଖୁବ୍ କମ ରହିଛି। ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ଅଧିନାୟକତ୍ଵ କରିଥିଲେ। ଏବେ ଏହି ଦୁଇ ଖେଳାଳିଙ୍କ ଆହତ କାରଣରୁ ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ଵ ନେଇ ପାରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ