Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚରମ ସୀମାରେ ଶେରଗଡ଼ ପିଇଓ ଙ୍କ ଦୁର୍ନୀତି ପ୍ରଶାସନିକ ତଦନ୍ତ ଦାବି

କଳାହାଣ୍ଡି, ୨୫/୧୨ (ଜଗନ୍ନାଥ ନାଏକ) : ବର୍ତ୍ତମାନ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ହାତ ପାହାନ୍ତା ରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶେରଗଡ଼ ଗ୍ରାମ ପଞ୍ଚାୟତ ଡେଙ୍ଗସର୍ଗୀ ଗ୍ରାମରେ ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରାମର ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚନ୍ଦ୍ରମଣି ନାଗ ୭୮ ବର୍ଷ , ଦୀନବନ୍ଧୁ ହେରନା ୮୨ ବର୍ଷ , ବୁଡୁ ହେରନା ୮୩ ବର୍ଷ ଏମାନେ ସମସ୍ତେ ପକ୍ଷାଘାତ ଓ,ଦୁରାରୋଗ୍ୟ ରେ ଆକ୍ରାନ୍ତ ହୋଇ ବର୍ଷେ ରୁ ଅଧିକ ସମୟ ଧରି ସର୍ଯ୍ୟସାୟୀ ଭାବରେ ପଡ଼ି ରହିଥିବା ଅଭିଯୋଗ ହୋଇଛି କିନ୍ତୁ ଏମାନଙ୍କ ପରିବାର ଲୋକେ ହିତାଧିକାରୀ ମାନଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ବଦଳରେ ସିଧା ସଳଖ ହାତରେ ଦେବା ବ୍ୟବସ୍ଥା ପାଇଁ ପିଇଓ ଶ୍ରୀ ପ୍ରଦୀପ ସାହୁ ଙ୍କୁ ବାରମ୍ବାର ନେହୁରା ହେଉଥିଲେ ମଧ୍ୟ ବାବୁଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନ ଥିବାରୁ ନିରୀହ ରୋଗାକ୍ରାନ୍ତ ଅସହାୟ ହିତାଧିକାରୀ ମାନେ ଗ୍ରାମରୁ ଦଶ କିମି ଦୂର ମ.ରାମପୁର ବ୍ୟାଙ୍କ କୁ ଯାଇ ନ ପାରି ବୟସ ଅପରାହ୍ନ ରେ ନିଜର ଆବଶ୍ୟକୀୟ ଔଷଧ ଖାଦ୍ୟ ପାନୀୟ ଯୋଗାଡ କରି ନ ପାରି ଅତି ଦୟନୀୟ ଭାବରେ ଛଟପଟ ହୋଇ କାଳ ଯାପନ କରୁଥିବା ଅଭିଯୋଗ ଆଣିବା ସହ ତାହା ନିର୍ଦୟ ପିଇଓ ଙ୍କୁ ଦେଖାଯାଉ ନ ଥିବା ପ୍ରକାଶ କରିଛନ୍ତି ,ଖାଲି ସେତିକି ରେ ବାବୁ ଙ୍କ କାରନାମା ସରିନାହିଁ ବାବୁ କୁଆଡେ ଆବାସ ଗୃହ ହିତାଧିକାରୀ ମାନଙ୍କ ଠାରୁ ହଜାରେ ରୁ ଦୁଇହଜାର ଟଙ୍କା ପିଅନ ଙ୍କ ଜରିଆରେ ନେଇ ବିଲ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି, ଏବଂ ସେହି ଗ୍ରାମରେ ଶ୍ରୀ ସାହୁ ଆବାସ ହିତାଧିକାରୀ ଚୟନ ସମୟରେ ମଧ୍ୟ ଗରିବ ଶ୍ରେଣୀର ଝାଟି ମାଟି ଘରେ ରହୁଥିବା ଲୋକଙ୍କୁ ଅଣଦେଖା କରି ନିଜ ସ୍ବାର୍ଥ ସାଧନ ପାଇଁ ତେଲିଆ ମୁଣ୍ଡରେ ତେଲ ଦେବା ଭଳି କାର୍ଯ୍ୟ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ,ଆହୁରି ଅନେକ ଉନ୍ନୟନ କାର୍ଯ୍ୟରେ ମଧ୍ୟ ୱାର୍ଡ ସଭ୍ୟ ମାନଙ୍କ କୌଣସି କଥାକୁ ବୃକ୍ଷେପ୍ ନ କରି ଏକଛତ୍ରବାଦ ଶାସନ ଚଳାଇ ବିଭିନ୍ନ ପ୍ରକାର ଦୁର୍ନୀତି ହୋଇଥିବାରୁ ଗ୍ରାମରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ପିଇଓ ଶ୍ରୀ ସାହୁ ଜଣେ ପ୍ରଭାବୀ ନେତାଙ୍କ ଛତ୍ରଛାୟା ତଳେ ନିଜ ଗ୍ରାମରୁ ମାତ୍ର ୯ କିମି ଦୂର ଶେରଗଡ଼ ପଞ୍ଚାୟତ ରେ ନିଯୁକ୍ତି ଦିନରୁ ଅନେକ ବେଆଇନ କାର୍ଯରେ ଲିପ୍ତ,ରହି ଇନ୍ଦ୍ର ଚନ୍ଦ୍ର ମାନୁ ନ ଥିବା ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି ଏଣୁ ଜିଲ୍ଲାପାଳ ମହୋଦୟା ଏହାର ତଦନ୍ତ କରି ସଂପୃକ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଶେରଗଡ଼ ପଞ୍ଚାୟତ ରୁ ଅନ୍ୟତ୍ର ବଦଳି କରିବା ପାଇଁ ସାଧାରଣ ରେ ଦାବି ହେଉଛି