Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝାରସୁଗୁଡା ଉପ-ନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା କଳିଙ୍ଗ ସେନା

ଭୁବନେଶ୍ୱର: କଳିଙ୍ଗ ସେନା ଗୁରୁବାର ଦିନ ଯୁବ ନେତା ମହେନ୍ଦ୍ର ପଟ୍ଟନାୟକଙ୍କୁ ଝାରସୁଗୁଡା ଉପନିର୍ବାଚନ ଲାଗି ପ୍ରାର୍ଥୀ ଭାବେ ଘୋଷଣା କରିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ କହିଛନ୍ତି ଯେ ମହେନ୍ଦ୍ର ଝାରସୁଗୁଡାର ଜଣେ ସ୍ଥାନୀୟ ଯୁବ ନେତା। ସେ ଆସନ୍ତା ମେ ୧୦ରେ ହେବାକୁ ଥିବା ଉପନିର୍ବାଚନରେ ବିରୋଧୀଙ୍କ ବିପକ୍ଷରେ ନିର୍ବାଚନ ଲଢିବେ।

ଏହା ଏକ ଆଞ୍ଚଳିକ ଦଳ ହୋଇଥିବାରୁ କଳିଙ୍ଗ ସେନା ଝାରସୁଗୁଡାବାସୀଙ୍କ କଲ୍ୟାଣ ଓ ବିଶେଷକରି ଯୁବକମାନଙ୍କ ବିକାଶ ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରିବ ବୋଲି ଶ୍ରୀ ରଥ କହିଛନ୍ତି

ଝାରସୁଗୁଡାର ସ୍ଥାନୀୟ ଯୁବକମାନେ ବେରୋଜଗାରର ସମ୍ମୁଖୀନ ହେଉଛନ୍ତି ବୋଲି ଦାବି କରି ଉଭୟ ଶ୍ରୀ ରଥ ଏବଂ ମହେନ୍ଦ୍ର କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କୁ ଚାକିରୀ ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ।