Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ବେଲଖଣ୍ଡି ସ୍ଥିତ ଐତିହାସିକ ଶୈବପୀଠ ଠାରେ ନର୍ଲା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତହୋଇଯାଇଛି l ମରାମପୁର ସଭାପତି ଗୋବିନ୍ଦ ପ୍ରସାଦ ଶତପଥି ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦେଇ ସମସ୍ତ କର୍ମୀଙ୍କୁ ସଶକ୍ତି,ସମୃଦ୍ଧ ଓ ସ୍ୱାଭିମାନୀ ଓଡିଶା ଗଠନ ପାଇଁ ଶପଥ କରାଇଥିଲେ l ସେତାଙ୍କ ଉତବୋଧନ ରେ ବିଜେଡି ସୁପ୍ରିମୋ ନବୀନ ବାବୁଙ୍କୁ ଷଷ୍ଠ ଥରପାଇଁ ଓଡିଶା ରେ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେବାସହ ଆଜିଠାରୁ ଅଭିଯାନ ଆରମ୍ଭ ହେଲାବୋଲି କହିଥିଲେ l ଏଥିରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ,କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ନର୍ଲା ବ୍ଲକ ସଭାପତି ପରେଶ ପଧାନ,ଜିଲ୍ଲା ଉପସଭାପତି ସାରଦା ପ୍ରସନ୍ନ ସ୍ୱାଇଁ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ,ବଲାଙ୍ଗୀର ଯୋନ ଛାତ୍ର ବିଜେଡି ଜୋନାଲ ଉପ ସଭାପତି ସିନୁ ବେହେରା ଙ୍କ ସମେତ ଦଳୀୟ ଜିଲ୍ଲାପ୍ରରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଯୁବ ଛାତ୍ର ସଭାପତି,ମହିଳା ଶାଖା ସଭାନେତ୍ରୀ, ମାନେ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ କର୍ଲାମୁଣ୍ଡା ଯୁବ ସଭାପତି ତାପସ ଭୋଇ, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦେବେନ୍ଦ୍ର କୁମାର, କର୍ଲାମୁଣ୍ଡା ବ୍ଲକ ଛାତ୍ର ବିଜେଡି ସଭାପତି ସଲିମଶେଖର ରଣା, ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା,ଦିନ ବନ୍ଧୁ ସାହୁ,ବିରଞ୍ଚି ରଣା ନର୍ଲା, ମରାମପୁର, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର ହଜାରହଜାର ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ lତେବେ ଏହି କ୍ରମ ରେ ହଜାର ହଜାର ବିଜେଡି କର୍ମୀ ମାନେ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ କର୍ଲାମୁଣ୍ଡା ଠୁଁ ବାହାରି ବେଲଖଣ୍ଡି ଠାରେ ପହଞ୍ଚିଥିଲା।