Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘନ କୁହୁଡି ଯୋଗୁଁ ଟ୍ରକ କୁ ପଛପଟୁ ପିଟିଲା ପିକନିକ ବସ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଭୋର ସକାଳ ୫ ଟା ବେଳେ ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତା ଏନଚ ୫୭ ହରଡଖୋଲ ଖମ୍ବେଶ୍ୱରୀପାଲି ମଝିଠାରେ ଏକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। ସୁଚନା ଯୋଗ୍ୟ ଯେ ସୋନପୁର ବଡ଼ବଜାର ଠାରେ ଥିବା ଓଆଇସିଏ କମ୍ପ୍ୟୁଟର ସେଣ୍ଟର ର ଛାତ୍ର ଛାତ୍ରୀମାନେ ଭୋଲେନାଥ ନାମକ ଏକ ବସ ରେ କେଉଁଝର ପିକନିକ ପାଇଁ ଯାଇ ଫେରୁଥିବା ବେଳେ ଗନ୍ତବ୍ୟ ସ୍ଥଳରୁ ମାତ୍ର ୧୫ କିମି ଦୂରରେ ସିଆଲଜୁରୀ ଠାରେ ଏକ ଟ୍ରକ୍ ବେଆଇନ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଘନ କୁହୁଡି ଯୋଗୁଁ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ବସ। ଏଥିରେ ଡ଼୍ରାଇଭର ସହିତ ୭ ଜଣ ଆହତ ହୋଇ ସୋନପୁର ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୪ ଜଣ ଛାତ୍ର ବୌଦ୍ଧ ଜିଲ୍ଲା ଗବଜୁରୀ ର ବାଦଲ ସାହୁ, ଝିଙ୍କି ର ସୁରଥ ଗହିର ଙ୍କ ସହ ଅନ୍ୟ ୨ ଜଣ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି। ସୋନପୁର ଡ଼ାକ୍ତରଖାନା ରେ ସୋନପୁର ଏସପି ଅମରେଶ ପଣ୍ଡା ତୁରନ୍ତ ପହଞ୍ଚିବା ସହ ଆଇଆଇସି ପଦ୍ମାସିନୀ ମେହେର ଉପସ୍ଥିତ ରହି ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ