ଝାରସୁଗୁଡା ୨୮/୧୨ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ଜାମଗାଁ, କତରବଗା ଓ ସମରବଗା ଗ୍ରାମ ପଞ୍ଚାୟତରେ ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ପରିବାର ଲୋକଙ୍କୁ ବୁଧବାର ଦିନ ସ୍ଥାୟୀ ପଟ୍ଟା ବଣ୍ଟନ କରା ଯାଇଥିଲା । ବିସ୍ଥାପିତ ହେବାର ଦୀର୍ଘ ୭୦ ବର୍ଷ ଅପେକ୍ଷା ପରେ ସେମାନଙ୍କୁ ସ୍ଥାୟୀ ପଟ୍ଟା ମିଳିଥିବା ଯୋଗୁଁ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଲଛିପାଲି ଗ୍ରାମରେ ୧୨୧ ଜଣ ବିସ୍ଥାପିତ ପରିବାରଙ୍କୁ ପଟ୍ଟା ପ୍ରଦାନ କରା ଯାଇଥିବା ବେଳେ କତରବଗା ପଞ୍ଚାୟତର ସାହାସବଗା ଗାଁର ୧୬୧ ଜଣ ଏବଂ ସମରବଗା ପଞ୍ଚାୟତ ଦୁଆନମୁଣ୍ଡା ଗ୍ରାମର ୧୪୦ ଜଣ ବିସ୍ଥାପିତଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରା ଯାଇଥିଲା । ଆୟୋଜିତ ସମସ୍ତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, କତରବଗା ସରପଞ୍ଚ ସୁମିତ୍ରା ଖମାରୀ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ସମରବଗା ସରପଞ୍ଚ ଲିଲିମା ବାରିକ ଓ ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୋଷରାମ ପଧାନ, ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।
ସେହିଭଳି ହସିଲଦାର ସଦାକର କୁମ୍ଭାର, ସର୍ଭେ ଟିମ ଲିଡର ମୋତି ରଞ୍ଜନ ପଧାନ, ସମୀର ନାଏକ, ସୁରେନ୍ଦ୍ର ପିଙ୍ଗ, କତରବଗା ଆରଆଇ ଜନ୍ମଜୟ ମିଶ୍ର, ଗୋବିନ୍ଦପୁର ଆରଆଇ ରୋଜାଲିନ ତିର୍କୀ, ଏସଆରଏ ବିକାଶ ସେଟ,ପ୍ରେମ କୁମାର ଖମାରୀ,ମହେନ୍ଦ୍ର ଭୋଇ, ହେମଚନ୍ଦ୍ର ଖମାରୀ,ଚତୁରୁ ପଧାନ, ନରେନ୍ଦ୍ର ତିହିରିଆ,ଯତୀନ ପଧାନ, ଲବ ପଧାନ, ଗୌରହରି ଖମାରୀ, ଗୌତମ ଧୁରୁଆଙ୍କ ସମେତ ତିନି ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ ।