Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରୀ ଧନୁଯାତ୍ରା ଗୋପପୁର କମିଟି ଗଠିତ

ସମ୍ବଲପୁର:ସମ୍ବଲପୁରୀ ଧନୁଯାତ୍ରା କମିଟିର ସାଧାରଣ ସମ୍ପାଦକ ଗୁଣରଞ୍ଜନ ସାଲିମାଙ୍କ ସଭାପତିତ୍ୱରେ ଧନୁଯାତ୍ରାର ପ୍ରସ୍ତାବିତ ଗୋପପୁର ଚାଉଁରପୁର ଗ୍ରାମର ଗୌରାଙ୍ଗ ମନ୍ଦିର ପ୍ରାଙ୍ଗଣରେ ଗୋପପୁର କମିଟି ଗଠିତ ହୋଇଯାଇଅଛି।ଏହି କମିଟି ପାଇଁ ସର୍ବସମ୍ମତି କ୍ରମେ ସଭାପତି ଆଦିତ୍ୟ ପ୍ରସାଦ ନାୟକ, ଉପସଭାପତି ଘନଶ୍ୟାମ କର ଓ ଜନାର୍ଦ୍ଧନ ଛୁରିଆ, ସାଧାରଣ ସମ୍ପାଦକ ଗଣେଶ ମହତମ, ସହସମ୍ପାଦକ ଅନ୍ତର୍ଯ୍ୟାମୀ ବାଗ ଓ ଅରବିନ୍ଦ ପୁରୋହିତ, ସାଂସ୍କୃତିକ ସମ୍ପାଦକ ସରୋଜ ମହାପାତ୍ର, ସାଂସ୍କୃତିକ ସହ ସମ୍ପାଦକ ଅଶୋକ ଡନସନା ଓ ଗିରିଶ ମହତମ, କୋଷାଧ୍ୟକ୍ଷ ସିମନ୍ତ ବେହେରା, ସହ କୋଷାଧ୍ୟକ୍ଷ ସରୋଜ ବାଦୀ ଓ ବରୁଣ ରୋହିଦାସ, ମିଡ଼ିଆ ପ୍ରଭାରୀ ଶିବ ଶଙ୍କର ବଢ଼େଇ ଓ ଜ୍ୟୋତି ପ୍ରକାଶ ପତିଙ୍କୁ ମନୋନୀତ କରାଯାଇଥିବା ବେଲେ ପରାମର୍ଶ ଦାତା କମିଟିରେ ଦିଗାମ୍ବର ସିଂ, ଯୋଗେନ୍ଦ୍ର ମାଝୀ, ଭାଗବାନ ଠାକୁର, ସଚ୍ଚିଦାନନ୍ଦ ପରିଚ୍ଛା, ସୁଶାନ୍ତ ପଣ୍ଡା, ପିତ୍ରୁ ରାଉତ ଓ ମହାଦେବ ସେଠ ରହିଛନ୍ତି।ଏହି କମିଟି ଗଠନ ସଭାରେ ସମ୍ବଲପୁରି ଧନୁଯାତ୍ରା କମିଟିର ଜୟକୃଷ୍ଣ ବେହେରା, ରାମଦାସ ପଣ୍ଡା, ବବଲୁ ବାଗ, ଲଳିତ ବେଵର୍ତା, ନିଶିକାନ୍ତ ବିଶ୍ବାଳ, ଚୈତନ୍ୟ ନାୟକ, ସୌରୀ ପାଣିଗ୍ରାହୀ, ଫଣୀନ୍ଦ୍ର ପଣ୍ଡା, ଯୋଗେଶନନ୍ଦ, ରାଙ୍ଗେୟା ଷଡ଼ଙ୍ଗୀ, ଅନୁପ ତରିଆ, ଅରୁଣ ସାହୁ, ଘୁନୁ ଚରଣ ପାଢ଼ୀ, ଲିଳିମା ମଲ୍ଲିକ, ସସ୍ମିତା ଦୀପ ଓ ବୃନ୍ଦା କଟା ପ୍ରମୁଖ ଉପସ୍ଥିତ ଥିଲେ. ଏହି ସଭା ରେ ଚାଉଁରପୁର ସମେତ ଆଖ ପାଖ ଗ୍ରାମ ର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ,ସଭା ଶେଷରେ ଗୋପପୁର ସମିତି ସଭାପତି ଆଦିତ୍ୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।