Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ବରୀ ମହାବିଦ୍ୟାଳୟର ୩୦ତମ ବାର୍ଷିକୋତ୍ସବ ଓ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ଆୟୋଜିତ

ସମ୍ବଲପୁର(ଧମ):,ଆଜି ମା ଝାଡେଶ୍ବରୀ ମହାବିଦ୍ୟାଳୟର ୩୦ତମ ବାର୍ଷିକୋତ୍ସବ ଓ ନୂଆ-ଓ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ମାନେଶ୍ୱର ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ କହିଥିଲେ ଯେ,ସମ୍ପ୍ରତି ପାଠ ପଢା ସହ ଶିକ୍ଷାର୍ଥୀମାନଙ୍କୁ ପରିବର୍ତନଶୀଳ ଦୁନିଆ ସହ ତାଳଦେଇ ଆଗକୁ ବଢିବା ପାଇଁ ପ୍ରୟାସ କରିବାକୁ ପଡିବ। ମୁଖ୍ୟବକ୍ତା ଡ. ଗୌରିଦାସ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଜ ଭିତରେଥିବା ସାମର୍ଥ୍ୟକୁ ଚିହ୍ନିବା ସହ ଦୂର୍ବଳତାକୁ ମଧ୍ୟ ଆକଳନ କରି ପାରିଲେ ଛାତ୍ରଛାତ୍ରୀ ନିଜ ପ୍ରତିଭାକୁ ପ୍ରତିପାଦନ କରି ପାରିବେ।ମଞ୍ଚରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ପାଣ୍ଡେ,ଧମା ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଅନିତ ସ୍ୱାଇଁ,ଧମା ସରପଞ୍ଚ ଇଲାବତୀ ପୂଜାରୀ,ହୁମା ସରପଞ୍ଚ ଲଳିତା ପ୍ରଧାନ,ବରଗାଁ ସରପଞ୍ଚ ପ୍ରଭାସିନି ହୋତାଙ୍କ ସମେତ ଯୁକ୍ତ ଦୁଇ ସ୍ରୋତର ପୂର୍ବତନ ସଭାପତି ଦିଲୀପ କୁମାର ମହାପାତ୍ର ଏବଂ ଯୁକ୍ତତିନ ସ୍ରୋତର ସଭାପତି ଲଳିତ ମୋହନ ଶତପଥୀ ଉପସ୍ଥିତଥିଲେ। ଅଧ୍ୟାପିକା ତନ୍ମୟା ବେହେରା ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ପଣ୍ଡିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ ଏବଂ ଅଧ୍ୟାପକ ସତ୍ୟନାରାୟଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପିକା ସୁଦିପ୍ତା ଦାଶଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଳ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଯୁକ୍ତ ତିନ ସ୍ରୋତର ପୂର୍ବତନ ସଭାପତି ସ୍ୱର୍ଗୀୟ ସୁରଂଜନ ମହାପାତ୍ରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା।ଅଧ୍ୟାପକ ବଳଦେବ ମହାକୁର ମାନପତ୍ର ପାଠ କରିଥିଲେ। ନୂଆଁ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କାର ଅଧ୍ୟାପିକା ସ୍ମାରକୀ ମାହାରଙ୍କ ସଂଯୋଜନାରେ ପ୍ରଦାନ କରାଯାଇଥିଲା। ଏଥିରେ କ୍ରୀଡାରେ ଯୁକ୍ତ ଦୁଇ ବାଳକ ବର୍ଗରେ ଅନ୍ମାଜୟ କିଶାନ,ବାଳିକା ବର୍ଗରେ ଭୂମିସୁତା ବର୍ଗେଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ପ୍ରାୟୋଜିତ ପୁରସ୍କାର ଯଥା ମହାବିଦ୍ୟାଲୟର ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ସଂଖ୍ୟା ରଖିଥିବା ଉତ୍ତୀର୍ଣ୍ଣ ହୋଇଥିବା ‘ସୁଧାସ୍ମୃତି ପୁରସ୍କାର’,’ହାରାଧନ ନୀଲାବତୀ ପୁରସ୍କାର’,ଗୌନ୍ତିଆ ପଦ୍ମଲୋଚନ ମହାପାତ୍ର ଓ ରାମଜୀ ମହାପାତ୍ର ପୁରସ୍କାର’, ଅନୁରୂପ ଭାବରେ ପାଠାଗାର ସୁବିନିଯୋଗ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅଶୋକ ସିହ୍ନା ଫାଉଣ୍ଡେସନ ପକ୍ଷରୁ ଓ ଅଧ୍ୟୟନରତ ମେଧାବୀ ଶିକ୍ଷାର୍ଥୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏବଂ ବାର୍ଷିକୋତ୍ସବରେ ସର୍ବଶ୍ରେଷ୍ଠ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ‘ବିନୋଦିନୀ ସାଂସ୍କୃତିକ ପୁରସ୍କାର’,’ପଂଚାନନ ସାଂସ୍କୃତିକ ପୁରସ୍କାର’ ଆଦି ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁରଙ୍କ ସଂଯୋଜନାରେ ପ୍ରଦାନ କରାଯାଇଥିଲା।ସନ୍ତୋଷ କୁମାର ପୁରୋହିତ,ଉଦ୍ଧବ ଚରଣ ମହାପାତ୍ର,ତଥାଗତ ଶତପଥୀ,ସୁଭାଷିନୀ ମିଶ୍ର ପ୍ରମୁଖ ଏହି ପୁରସ୍କାରମାନ ପ୍ରାୟୋଜିତ କରିଥିଲେ।ଅଧ୍ୟାପିକା ଦିପ୍ତୀରେଖା ପଣ୍ଡା ଓ ମୌସୁମୀ ଷଢଙ୍ଗୀଙ୍କ ସଂଯୋଜନାରେ ସମାପନି ସଙ୍ଗୀତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା।ଶେଷରେ ଅଧ୍ୟାପକ ପ୍ରମୋଦ କୁମାର ଦେହେରି ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପିକା ସୁଦିପ୍ତା ଦାଶ,ମିନତି ଦାଶ,ସ୍ୱାତି ପତି,ସଂସାର ପଧାନ,ରବିଶଙ୍କର ହୋତା,ସଂଗ୍ରାମ କେଶରୀ ମିଶ୍ର,ଏକାଦଶିଆ ଦଳେଇ, ଶୁଶ୍ରିତ ଷଢଙ୍ଗୀ,ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ସମେତ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories