Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଦୋପାଲିରେ ବୀର ଛବିଲ ସାଏ ସହୀଦ ସ୍ମାରକୀ ଉଦଘାଟିତ

ସମ୍ବଲପୁର (କୁଦୋପାଲି):୧୮୫୭ ମସିହା ଡିସେମ୍ବର ୩୦ ତାରିଖ କୁଦୋପାଲି ରେ ବୀର ଛବିଲ ସାଏ ଏବଂ ୫୭ ଜଣ ସହଯୋଗୀଙ୍କ ସହୀଦ ହୋଇ ଥିଲେ। ଏହାର ସ୍ମୁତିରେ ଶନିବାର ବଲିଦାନ ଦିନ ଅବସରରେ କୁଦୋପାଲି ରେ ବୀର ଛବିଲ ସାଏ ସହୀଦ ସ୍ମାରକୀ କୁ ମାନ୍ଯବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଛାତ୍ର ଅଭାବରୁ ବନ୍ଦ ପଡିଥିବା ସ୍କୁଲ ପରିସରରେ ସ୍ଥାପିତ ହୋଇଥିବା ସହୀଦ ସ୍ମାରକୀ ଏବଂ ବୀର ଛବିଲ ସାଏଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ଜ୍ବଳନ କରି ବୀର ସହୀଦ ମାନଂକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର କାର୍ଯ୍ୟକ୍ରମ ସଂଯେଜକ ଡ.ପ୍ରମୋଦ ରଥ, ପ୍ରମୁଖ ସାମିଲ ଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ଯାନ୍ଯ ଅତିଥି ମାନେ ଗଲ ୩୭ ବର୍ଷ ଧରି ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ର ସ୍ମୁତି ଏବଂ କୁଦୋପାଲି ର ଇତିହାସ କୁ ନେଇ କରାଯାଇ ଥିବା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ଅବସରରେ କୁଦୋପାଲି କୁ ଐତିହାସିକ ଗ୍ରାମ ଭାବରେ ଘୋଷଣା କରିବା ସହ ବୀର ଛବିଲ ସାଏ ସହୀଦ ସ୍ମାରକୀ ର ବିକାଶ ପାଇଁ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀଂକୁ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇ ଥିଲା ।
ବୀର ଛବିଲ ସାଏ ସହୀଦ ସ୍ମାରକୀ କମିଟି କୁଦୋପାଲି ର ସଭାପତି ପ୍ରଫୁଲ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଡ ପ୍ରମୋଦ ରଥ ମଖ୍ୟ ଅତିଥି ଏବଂ ସୁବୋଧ ଦୋରା ସମ୍ବାନିତ ଅତିଥି ଏବଂ ଗବେଷକ ଦାସରଥୀ ସାହୁ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କୁଦୋପାଲି ର ଇତିହାସ କୁ ନେଇ ଡଲିମା ଭୋଇଙ୍କ ଦ୍ବାରା ପ୍ରକାଶିତ ସମ୍ବଲପୁରୀ ଦରପନ ମାସିକ ପତ୍ରିକା ଉନ୍ମୋଚନ କରାଯାଇ ଥିଲା । କୁଦୋପାଲି ର ଇତିହାସ କୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୁମିକା ନେଇଥିବା ଗବେଷକ ଦାସରଥୀ ସାହୁ, ବୀର ଛବିଲ ସାଏ ସ୍ମୁତି କମିଟି ର ପୁର୍ବତନ ସଭାପତି ପ୍ରଦ୍ୟୁମ୍ନ ସେଠ, ରାମ ସାଗର ସାହୁ, ରାମା ରାଓ, ଫକୀର ବଢାଇ ଏବଂ ସମ୍ବଲପୁରୀ ଗୀତକାର ଜଗଦୀଶ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ ରେ ସ୍ମାରକୀ କମିଟି ର ସମ୍ପାଦକ ବିକାଶ ସାହୁ, ଗଜିନ୍ଦ୍ର ବେହେରା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ପଙ୍କଜିନୀ ମେହେର, କାନ୍ତି ମେହେର, ଝୁନୁ ତ୍ରୀପାଠୀ, ଦେବାଶିଷ ବେହେରା, ଶରତ ବହିଦାର, ଆଲୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ସ୍ମାରକୀ କମିଟି ର ଆବାହକ ଭବାନୀଶ ଭୋଇ ପରିଚାଲନା କରିଥିଲେ। ଶେଷରେ କୋଷାଧ୍ୟକ୍ଷ ତରଣା ସେଠ ଧନ୍ଯବାଦ ଅର୍ପଣ କରିଥିଲେ ।