Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣ ଷଡଙ୍ଗୀ ହେଲେ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ

ଭୁବନେଶ୍ୱର:୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଷଡ଼ଙ୍ଗୀ ତାଙ୍କ ଦାୟିତ୍ଵ ସହ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ। ନୂତନ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଷଡ଼ଙ୍ଗୀ ଏହି ଦାୟିତ୍ବରେ ରହିବେ । ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ ଆସନ୍ତା କାଲି ( ଡିସେମ୍ବର ୩୧)ରେ ଅବସର ଗ୍ରହଣ କରୁଥିବାରୁ ରାଜ୍ୟ ସରକାର ନୂତନ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories