Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରାରେ ମଁI ରାମଚଣ୍ଡୀ ମନ୍ଦିର ରତ୍ନମୁଦ ମହୋତ୍ସବ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଭତରା ଶଙ୍କର ମଠ ପରିସରରେ ନବନିର୍ମିତ ମାଁ ରାମଚଣ୍ଡୀ ମନ୍ଦିର ର ରତ୍ନମୁଦ ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କୁଲତା ଜାତିର ୬ ଟି ପୀଠରୁ ଆସିଥିବା ଆଜ୍ଞା ମାଳକୁ ଘଣ୍ଟ, ଶଙ୍ଖ, ହୁଲହୁଲି ରେ ସ୍ୱାଗତ କରି ମନ୍ଦିର ସ୍ଥଳକୁ ଅଣାଯାଇଥିଲା I ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା କରାଯାଇ ରୀତିନିତୀ ଅନୁଯାୟୀ ନିଷ୍ଠାର ସହିତ ପୂଜାର୍ଚ୍ଚନା କରାଯାଇଥିଲା I ଭତରା ଗ୍ରାମର
କାର୍ତ୍ତିକ ସ୍ୱାଇଁ ଏବଂ ମଇଥିଲି ସ୍ୱାଇଁ
ଡ଼. ରବୀନ୍ଦ୍ର ପ୍ରଧାନ ଏବଂ ସାଗରିକା ପ୍ରଧାନ, ଯତୀନ୍ଦ୍ର ପ୍ରଧାନ ଏବଂ ଝିଲି ପ୍ରଧାନ ଦମ୍ପତ୍ତି କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବିଭିନ୍ନ ପୀଠରୁ ଆସିଥିବା ପୂଜକଙ୍କ ଦ୍ୱାରା ମଁI ରାମଚଣ୍ଡୀ ଙ୍କ ସ୍ୱତନ୍ତ ପୂଜା ଅର୍ଚ୍ଚନା ପରେ ତିଥି ଅନୁଯାୟୀ ମନ୍ଦିର ର ଶୀର୍ଷ ଭାଗରେ ଥିବା କୁମ୍ଭ ରେ ଧାନ,ସୁନା,ରୂପା ତଥା ଅନେକ ଧାତବ ଦ୍ରବ୍ୟ ଶହସ୍ରାଧିକ ଶ୍ରଦ୍ଧାଳୁ ପ୍ରଦାନ କରିଥିଲେ I ସମ୍ବଲପୁର କୁଲତା ସମାଜ ର ସଭାପତି ଯଶୋବନ୍ତି ନାୟକ, ୧୯ ଖଣ୍ଡ ମୌଜା ର ସଭାପତି ଚକାନନ ସା, ହରଡ଼ାଟାଲ (ବଲାଙ୍ଗୀର) ସଭାପତି ବେଲାର ସିଂ ଭୋଇ, ଠେମରା ସଭାପତି ମଣିକର ସାହୁ, ବିଶାଳଖିଣ୍ଡା ସଭାପତି ସଚିତା ନନ୍ଦ ପ୍ରଧାନ, ଅମ୍ବାବନା ସଭାପତି ସୁରେଶ ଚନ୍ଦ୍ର ପ୍ରଧାନ, ଝାରସୁଗୁଡା ସଭାପତି ଅନନ୍ତ ରାମ ସାହୁ, ଲପଙ୍ଗା ସଭାପତି ଲଳିତ କୁମାର ସାହୁ, ଅତାବିରା ର ଦିବାକର ପ୍ରଧାନ, କଦେଲପିଟା ର ଡିଲେଶ୍ଵର ପ୍ରଧାନ, ସୁବର୍ଣ୍ଣପୁର ର ବନମାଳୀ ପ୍ରଧାନ ପ୍ରମୁଖ ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ସମାଜ ର ଜାତିଭାଇ ଗଣ ଉତ୍ସବରେ ସାମିଲ ହୋଇଥିଲେ I ସମ୍ବଲପୁର କୁଲତା ସମାଜର କୃପାସିନ୍ଧୁ ଖମାରୀ, ଶଙ୍କର ମଠ ପରିଚାଳନା ସମିତି ସଭାପତି ଜଗନ୍ନାଥ ବାରିକ, ଜଗଦୀଶ ବିଶ୍ୱାଳ, ଜଟା ଭୂଷଣ ସାହୁ, ସରୋଜ ସାହୁ, ଭବାନୀ ଶଙ୍କର ପ୍ରଧାନ, ନିରଞ୍ଜନ ପ୍ରଧାନ, ରୁଦ୍ର ନାରାୟଣ ପାତ୍ର, ନିମାଇଁ ଚରଣ ବଢ଼ାଇ, ମନୋରଞ୍ଜନ ଖଟେଇ ପ୍ରମୁଖ ଙ୍କ ସମେତ ଭତରା ଗ୍ରାମବାସୀ ଏହି ଉତ୍ସବକୁ ପରିଚାଳନା କରିଥିଲେ I ଏହି ପରିପ୍ରେକ୍ଷିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା I ଏହି ଅବସରରେ ମନ୍ଦିର ପରିସରରେ ଭତରା ର ମହିଳା ସଂକୀର୍ତନ୍ୟ ଦଳ ପକ୍ଷରୁ ନାମ ସଂକୀର୍ତନ ଏବଂ ସ୍ଵପ୍ନେଶ୍ଵର ନଗର ଭଜନ ମଣ୍ଡଳୀ ପକ୍ଷରୁ ଭଜନ ସମାବେଶ ଅନୁଷ୍ଠିତ ହୋଇଥିଲା I