Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂର୍ବଦୋୟl ଅlର୍ଟ ପାଉଣ୍ଡେସନ୍‌ର ଚତୁର୍ଥ ଜାତୀୟ ସ୍ତରୀୟ ଶିଳ୍ପୀ କଳା ଶିବିର-୨୦୨୩

ସମ୍ବଲପୁର:ଚିତ୍ରକଳାର ବିକାଶ ଏବଂ ଶିଳ୍ପୀ ମାନଙ୍କର ସମ୍ମାନ କୁ ଲକ୍ଷ୍ୟ ରଖି ପୂର୍ବୋଦୋୟl ଆର୍ଟ ଫାଉଣ୍ଡସନ , ବାଲେଶ୍ୱର ତାର ଚତୁର୍ଥ ଚିତ୍ରକଳା ଶିବିର ସମ୍ବଲପୁର, ଓଡ଼ିଶା ରେ ବିଶ୍ଵ ର ଦୀର୍ଘତମ ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵରେ ଗତ ଡ଼ିସେମ୍ବର ତା -୨ ୮ଓ ୨୯ ରିଖ ୨୦୨୩ (ଦୁଇ ଦିନ) ଏକ ବିଶାଳ ଜାତିୟ ସ୍ତରୀୟ ଜଳରଙ୍ଗ ଚିତ୍ରକଳା ଶିବିର ଅନଷ୍ଠିତ ହୋଇଯାଇଛି ।ଏହି ଡୁଇ ଦୁନିଆ ଶିବିର ରେ ଭାରତର ବିଭିନ୍ନ ରାଜ୍ୟ ତଥା ଓଡ଼ିଶା, ପ.ବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ,ଦିଲ୍ଲୀ,ବିହାର, କେରଳ, ହାଇଦ୍ରାବାଦ , ଛତିଶଗଡ,ତ୍ରିପୁରା ପ୍ରଭୃତି ରାଜ୍ୟରୁ ୫୦ ଜଣ ବିଖ୍ୟାତ ଜଳାରଙ୍ଗ ଚିତ୍ରଶିଳ୍ପୀ ଯୋଗ ଦେବା ସହ ଭାରତ ବାହାରରୁ ଦେଶ ଫ୍ରାନ୍ସ, ନେପାଳ, ବାଙ୍ଗ୍ଲାଦେଶରୁ ଚାରି ଜଣ ବରିଷ୍ଠ କଳାଶିଳ୍ପୀ ଯୋଗଦେଇ ଶିବିରକୁ ପସଂଶା କରିଥିଲେ।
ଫାଉଣ୍ଡେସନ୍ ତରଫରୁ ସମସ୍ତ ଶିଳ୍ପୀଙ୍କୁ ଭବ୍ୟ ସମ୍ବୋର୍ଦ୍ଧନା ଦେଇ ସମ୍ବଲପୁର ରେଳ ଷ୍ଟେସନରୁ ସ୍ଵାଗତ କରି ଅତିଥି ଭବନ କୁ ପାଛୋଟି ନିଆଯାଇଥିଲା। ଏହି ଶିବିରର ପ୍ରଥମ ଦିନରେ ସମସ୍ତ ଚିତ୍ରଶିଳ୍ପୀ ନିଜ ନିଜର କଳାକୁ ସୌନ୍ଦର୍ଯ୍ୟଭରା ହୀରାକୁଦ ଜଳଭଣ୍ଡାର ଠାରେ ପୃଷ୍ପୋଟିତ କରିଥିଲେ। ଯାହାକୁ ଦେଖିବା ପାଇଁ ବିଭିନ୍ନ ଜାଗାରୁ ଆସିଥିବା ପର୍ଯ୍ୟଟକମାନଙ୍କର ବେଶ ଭିଡ଼ ଜମିଥିଲା। ପୂର୍ବଦୋୟl ଆର୍ଟ ଫାଉଣ୍ଡେସନ୍‌ ର ସଭାପତି ପ୍ରତାପ ରାଉତ, ସମ୍ପାଦକ ନବୀନ ପଣ୍ଡା, ଉପ-ସଭାପତି ପୂର୍ଣ୍ଣେନ୍ଦୁ ପ୍ରକାଶ ପତି, ସହ-ସମ୍ପାଦକ- ଆଶିଷ୍ କୁମାର ସାହୁ, ସଂଞ୍ଜୟ ରାଉଳ, ପ୍ରଦୀପ୍ କୁମାର ପାତ୍ର, ଲଲନ ୟାଦବ୍, କୋଷାଦକ୍ଷ -ସୁବ୍ରତ ଦତ୍ତ ଏବଂ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ୟୁପିର ଶିଳ୍ପୀ ଡଃ ଓମ୍ ପ୍ରକାଶ ଗୁପ୍ତା, ଓଡ଼ିଶାର ଶିଳ୍ପୀ କେଦାର ନାୟକ, ବନ୍ଦନା ପଣ୍ଡା ପରିଚାଳନା କରିଥିଲେ। ଏହି ଜାତୀୟ ସ୍ତରୀୟ ଶିବିର ଟି ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଫୋଟଗ୍ରାଫର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭୋଲାନାଥ ନାୟକ ଏବଂ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଭାଇସ୍ ଚାନସ୍ଲର ଶ୍ରୀ ଏନ୍‌. ନାଗାରାଜୁ ଉପସ୍ଥିତ ରହି ଅନୁଷ୍ଠାନ ର ଏହିଭଳି ପଦକ୍ଷେପ କୁ ଉଚ୍ଚ ପ୍ରଶଂସା କରିବା ସହ ଶିଳ୍ପୀ ମାନଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଭରିଥିଲେ। ଏହି ଶବିରରେ ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀ ମାନଙ୍କୁ ସମ୍ମାନିତ କରାଯିବ ସହ ସମସ୍ତ କଳାକାର ମାନଙ୍କର ଚିତ୍ର କୁ ନେଇ ଏକ ପ୍ରଦର୍ଶନୀ କରାଯିବା ସହ ଅତିଥି କଳାକାର ଶ୍ରୀମତୀ ନିଳୀମା ପ୍ରଧାନ ଙ୍କ ଏକକ କଳା ପ୍ରଦର୍ଶନୀ ଫାଉଣ୍ଡେସନ ତରଫରୁ ଆୟୋଜନ ହୋଇଥିଲା। ଫାଉଣ୍ଡେସନ ତରଫରୁ ଡ. ଓମ୍ ପ୍ରକାଶ ଗୁପ୍ତା (ୟୁପି) ଙ୍କୁ କଳା ଗୌରବ-୨୦୨୩ ଓ ଶ୍ରୀଯୁକ୍ତ ଭୋଳନଥ ନାୟକ (ଓଡ଼ିଶା)ଙ୍କୁ କଳାରତ୍ନ-୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମନୋଜ ଚୌଧୁରୀ, ପପୁ କର, ପ୍ରେମଚାନ୍ଦ ରାଉତ, ଅନୀଲ କେରକେଟା, ସୁଜାତା ବେହେରା, ସଂଜୟ ସାହୁ, ଶଶୀକାନ୍ତ ପୁରକ୍ଷୀତ, ଦିଲ୍ଲୀପ ଗିରି, ଅମଲେଣ୍ଡୁ ଦତ୍ତ,ପଦ୍ମନ ଗିରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଫାଉଣ୍ଡେସନର ସମ୍ପାଦକ ଶ୍ରୀ ନବୀନ ପଣ୍ଡା ଅନୁଷ୍ଠାନ ର ଆଗାମୀ ଲକ୍ଷ୍ୟ ଓ ବିବରଣୀ ପାଠ ସହ ସଭାପତି ଶ୍ରୀ ପ୍ରତାପ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏହି ଶିବିରକୁ ଶେଷ କରିବା ସହ ଆଗାମୀ ଦିନରେ ଦେଶର ବିଭିନ୍ନ ରାଜ୍ୟରେ ଏହିଭଳି ଶିବିର ଆୟଜିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।