ବ୍ରହ୍ମପୁର:ଆଜି ଇଂରାଜୀ ନବବର୍ଷ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସ୍ଥିତ ନବୀନ ଭବନ ଠାରେ ନବବର୍ଷ ସାରସ୍ୱତ ସମାରୋହ ଓ ସାମ୍ବାଦିକ ଶଶୀଭୁଷଣ ରଥ ଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର କୂଳପତି ପ୍ରଫେସର କର୍ନେଲ ପ୍ରଫୁଲ୍ଲ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା ନାଟ୍ୟକାର ଇଁ. ଯାମିନୀ କାନ୍ତ ଦାସ, ସଂମାନିତ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରତିଷ୍ଠାନ ର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଫେସର ଡମ୍ବୁରୁଧର ସାହୁ, ଉପସଭାପତି ରାମକୃଷ୍ଣ ପାତ୍ର, ସମ୍ପାଦକ ସୁଶାନ୍ତ କର, ନବୀନ ଖବର କାଗଜ ସମ୍ପାଦକ ରବି ରଥ ଓ ନବୀନ ଖବର କାଗଜ ପ୍ରକାଶିକା ମଞ୍ଜୁ ରଥ ଏବଂ କୋରାପୁଟ ପ୍ରତିନିଧି ବିଷ୍ଣୁପ୍ରୀୟା ସାହୁ ଉପସ୍ଥିତ ରହି ନବୀନ ସମ୍ବାଦ ପତ୍ର ର ୱେବ ଚାନେଲ ଓ ପୋର୍ଟାଲ ନ୍ୟୁଜ ର ଶୁଭ ଉନ୍ମୋଚନ ସହ ନୂଆ ବର୍ଷ କ୍ୟାଲେଣ୍ଡରର ଲୋକାର୍ପିତ କରିଥିଲେ l ଏହି ଅବସରରେ ବରେଣ୍ୟ ଅତିଥି ତଥା ସାହିତ୍ୟିକ ପ୍ରେମ ଶିଳା ନନ୍ଦ, ପ୍ରମୋଦ କୁମାର ପଣ୍ଡା, ଯୋସ୍ନ l ରାଣୀ ଦେବୀ, ଡ.ବିମଳ ପଟ୍ଟନାୟକ, କାଳୀ ପ୍ରସାଦ ରାଓ, ସୁଧୀର କୁମାର ପଣ୍ଡା, ବି ସତ୍ୟ ଆଚାରି, ତ୍ରିପତି ପ୍ରଧାନ, ମିହିର କୁମାର୍ ରଥ ଶର୍ମା, ପ୍ରଦୀପ ଷଡ଼ଙ୍ଗୀ ଓ ଶିବ ସୁନ୍ଦର୍ ରଥ ଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା l ଏହି ସାରସ୍ୱତ ସମାରୋହ ଓ ଜୟନ୍ତୀ ଉତ୍ସବ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ତଥା ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ନବୀନ ସମ୍ବାଦ ପତ୍ର ସହ ଜଡିତ ଥିବା କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l
ଶଶିଭୂଷଣ ରଥଙ୍କ ଜୟନ୍ତୀ ସହିତ ନବୀନ ୱେବ୍ ଚେନାଲ ଓ କ୍ୟାଲେଣ୍ଡର ଉନ୍ମୋଚିତ
