Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେ ଓ ସମ୍ବିଧାନ ସଭାସଦସ୍ୟ ଜୟପାଳ ସିଂ ଜୟନ୍ତୀ

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟିତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଓ ସମ୍ବିଧାନ ସଭା ସଦସ୍ୟ ଜୟପାଲ ସିଂହ ମୁଣ୍ଡା ଜୟନ୍ତୀ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂଙ୍କ ସଭାପତିତ୍ବରେ ଓ ଉପାଧ୍ୟକ୍ଷ ଶିବଶଙ୍କର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାବିତ କୈଳାସ ମ଼ହାରଣା, ମୂଖ୍ୟ ବକ୍ତା ରାଷ୍ଟୀୟ ବୁଦ୍ଧ ମହାସଭାର ସଂଯୋଜକ ଏମ ଆର ପ୍ରଶାନ୍ତ, ସମ୍ମାନିତ ଅତିଥି ମୁସଲିମ ସିଟିଜନ ଫୋରମ୍ ଏମଡି ନୱ।ବ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଜୟନ୍ତୀ ସଭା କାଯ୍ୟକ୍ରମରେ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେ ଙ୍କ ନାରୀ ଶିକ୍ଷା ପ୍ରଚାର ପ୍ରସାର ତଥା ସମ୍ବିଧାନ ସଭା ସଦସ୍ୟ ଙ୍କ ଥିବା ଅବଦାନ ସ୍ମୂତିଚାରଣ କରିଥିଲେ। ଏଥିରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଜିଲ୍ଲା ଆବାହକ ଆଶିସ ମହାନନ୍ଦ,ଦିଲିପ୍ ମେହେର,ଭବାନି ଶଙ୍କର ସୋହେଲା,ସୁନିଲ କୁମାର ହଂସା,ପିଙ୍କି ଲୁହା,ମ‌ହମ୍ମଦ ଇସାକ ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ। କାଯ୍ୟକ୍ରମ ଶେଷରେ ପରିଷଦର ଉପମହାସଚିବ ଶେଖ୍ ଇନ୍ତେଖାପ୍ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ