ହୀରାକୁଦ ଅଞ୍ଚଳରେ ସ୍ଥାୟୀ ପଟ୍ଟା ପାଇଁ ହୀରାକୁଦ ନାଗରିକ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର


ସମ୍ବଲପୁର(ହୀରାକୁଦ):ହୀରାକୁଦ ଅଞ୍ଚଳରେ ପ୍ରାୟ ୭୫ ବର୍ଷ ହେବ ଜନସାଧାରଣ ରହି ଆସୁଛନ୍ତି । ଏହି ଅ଼ଞ୍ଚଳରେ ରହୁଥିବା ଜନସାଧାରଣ ହୀରାକୁଦ ନଦୀବନ୍ଧ ଓ ଶିଳ୍ପାଞ୍ଚଳ ଜମି ,ସରକାରୀ ଜମିରେ ଦୀର୍ଘ ବର୍ଷ ରହି ଆସୁଛନ୍ତି । ସ୍ଥାୟୀ ପଟ୍ଟା ନାହିଁ ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବନ୍ଯା ସମୟରେ କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ,ବ୍ଯାଙ୍କରୁ ରୁଣ ମିଳିବା ଠାରୁ ବଞ୍ଚିତ ହେଉଛନ୍ତି । ସ୍ଥାୟୀ ପଟ୍ଟା ପ୍ରଦାନ କରାଗଲେ ସରକାରଙ୍କ ସମସ୍ତ ଯୋଜନାରେ ଜନସାଧାରଣ ଅନ୍ତର୍ଭୁକ୍ତ ହୋଇପାରିବେ । ଆଜି ହୀରାକୁଦ ନାଗରିକ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଭେଟି ଅବଗତ କରାଇଥିଲେ । ବର୍ତ୍ତମାନ ବୁର୍ଲାରେ ସ୍ଥାୟୀ ପଟ୍ଟା ପାଇଁ ସରକାର ବୁର୍ଲାରେ କାର୍ଯ୍ୟାଳୟ ଖୋଲିଛନ୍ତି । ହୀରାକୁଦରେ ମଧ୍ୟ ସ୍ଥାୟୀ ପଟ୍ଟା ଦିଆ ଯାଉ ବୋଲି ହୀରାକୁଦ ନାଗରିକ ପକ୍ଷରୁ ସୁରେନ୍ଦ୍ର ବିଶ୍ବାଳ , ଭାସ୍କର ଦାଶ,ଗୋପକୃଷ୍ଣ ଦାଶ ,କୁନ୍ତୀ ସିଂହ , ତ୍ରିବେଣୀ ପଣ୍ଡା ,ପରା ମୁଣ୍ଡା ,ବ୍ରହ୍ମଦେବ ମହାନ୍ତି ,ସତ୍ୟ ନାରାୟଣ ସ୍ଵାଇଁ , ଦିପ୍ତି ରଞ୍ଜନ ନାଏକ ,ଭିକାରି ରାଉତ ,ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି ।