Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ମାଟି, ବୀର ଶହିଦ୍ ଓ ବରପୁତ୍ରଙ୍କୁ ସମ୍ମାନ ଦେବାରେ ସଦା ତତ୍ପର ଧର୍ମେନ୍ଦ୍ର – ଗିରିଶ ପଟେଲ

ସମ୍ବଲପୁର:ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ୍ ।
କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ଜରିଆରେ ଦେଇଥିବା ପ୍ରେସ ବିବୃତ୍ତି ରେ ଶ୍ରୀ ପଟେଲ୍ କହିଛନ୍ତି ଯେ,ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ପବିତ୍ର ଖିଣ୍ଡା ମାଟିକୁ ସ୍ଵାଧୀନତାର ପୁଣ୍ୟ ପବିତ୍ର ତୀର୍ଥକ୍ଷେତ୍ର ହିସାବରେ ଗଢି ତୋଳିବାରେ ରେଙ୍ଗାଲି ବିଧାୟକ ସର୍ବଦା ପ୍ରୟାସ କରି ଆସୁଥୁଲେ । ତାଙ୍କ ପ୍ରୟାସକୁ ଆହୁରି ବଳ ଦେଉଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ୯ ବର୍ଷର ନିଜର ମନ୍ତ୍ରୀତ୍ଵ କାର୍ଯ୍ୟକାଳ ଭିତରେ ସେ ବହୁତ୍ ଥର ଖିଣ୍ଡାକୁ ଆସିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ଶାସକ ଦଳର ବିଧାୟକ ଙ୍କ ଉଦାସୀନତା ଯୋଗୁଁ କିଛି କରି ପାରୁନଥିଲେ । କିନ୍ତୁ, ୨୦୧୯ ରେ ନାଉରି ନାୟକ ରେଙ୍ଗାଲି ବିଧାୟକ ହେଲାପରେ ନାଉରି ତାଙ୍କର ବହୁତ୍ ବର୍ଷର ସ୍ବପ୍ନ କୁ ସାକାର କରିବା ନିଜର ପ୍ରୟାସ ଆରମ୍ଭ କରିଥିଲେ । ସଠିକ୍ ସମୟରେ ସଠିକ୍ ସ୍ଥାନରେ ସଠିକ୍ କାର୍ଯ୍ୟ ସମ୍ପାଦନ କରି ଆଜି ଖିଣ୍ଡା କୁ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଛନ୍ତି ।
ସ୍ୱାଧୀନତା ର ୭୦ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଓ ଖିଣ୍ଡା କୁ ଯେଉଁ ପରିଚୟ ମିଳିବାର ଉଚିତ୍ ମିଳି ପାରି ନଥିଲା । ୨୦୧୪ ପର ଠୁଁ ବିଶେଷ କରି ଆଜାଦି ର ଅମୃତ କାଳ ରେ କେନ୍ଦ୍ର ସରକାର ଙ୍କ ଏଇ ଐତିହାସିକ ନିଷ୍ପତ୍ତି ଆମ ଅଞ୍ଚଳବାସୀଙ୍କ ପାଇଁ ଏକ ଅମୃତ ଉପହାର ସଦୃଶ୍ୟ ପ୍ରମାଣୀତ ହେଇଛି । ଗତ ବର୍ଷ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ନିଜର ଖିଣ୍ଡା ଗସ୍ତ କାର୍ଯ୍ୟକ୍ରମ ରେ ପ୍ରତିଶୃତି ଦେଇଥିଲେ ଯେ ବୀର ସୁରେନ୍ଦ୍ର ସାଏ ଙ୍କ ଏଇ ପୁଣ୍ୟ ପବିତ୍ର ଜନ୍ମଭୂମି ର ବିକାଶ ପାଇଁ ମୁଁ ନିଶ୍ଚିତ ଭାବେ ଗୁଣ୍ଡୁଚି ମୂଷା ର ଭୂମିକା ନିର୍ବାହନ କରିବି ଓ ସେ ଆଜି ତାହା କରି ଦେଖେଇଛନ୍ତି ଏଥି ପାଇଁ ମୁଁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ