Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିପିଲିମା ଦ୍ଵିତୀୟ ଧନୁଯାତ୍ରା ଉଦ୍ଘାଟିତ:ଉଗ୍ରସେନଙ୍କୁ ଗାଦିଚ୍ୟୁତ, କଂସଙ୍କ ସିଂହାସନ ଆରୋହଣ,ସାଂକୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଚିପିଲିମା,,ସମ୍ବଲପୁର ବୁର୍ଲାଥାନା ଚିପିଲିମା ମାଁ ଘଣ୍ଟେଶ୍ୱରୀ ଧନୁଯାତ୍ରା କମିଟି ପକ୍ଷ୍ୟରୁ ଦ୍ଵିତୀୟ ଧନୁଯାତ୍ରା ମହୋତ୍ସବ ବୁଧବାର ସନ୍ଧ୍ୟାରେ ପାରମ୍ପରିକ ରୀତିନୀତିରେ ଉଦଘାଟିତ ହୋଇଯାଇଛି। କମିଟି ସଭାପତି ଚନ୍ଦ୍ର କାନ୍ତ ଗୌଡ଼ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ  ମଞ୍ଚାସିନ ଅତିଥି ଭାବେ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (ସିଏଚଇପି)ଟେକ୍ନିକାଲ ୱିଙ୍ଗ ହେଡ ଇଂ ସନ୍ତୋଷ କୁମାର ବେରିହା, ଫାଇନାନସ  ୱିଙ୍ଗ ନୀଳମଣି ଓଝା, ସମାଜ ସେବୀ  ତଥା  ଚିପିଲିମା ବରିଷ୍ଠ ନାଗରିକ ସଂଘ ସଭାପତି ରାଧା କାନ୍ତ ଦାସ, ବସନ୍ତପୁର ସ୍ଥିତ  ବୁର୍ଲା ପୁଲିସ  ପ୍ରଶିକ୍ଷଣ  ଓ  ତାଲିମ ପ୍ରତିଷ୍ଠାନର କମାଣ୍ଡାଣ୍ଟ ଲକ୍ଷ୍ମଣ ସିଂହ , ମହିଳା ସମାଜ ସେବା ଗଙ୍ଗା ସିଂହ , ବୁର୍ଲା ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ  ଅଭିମନ୍ୟୁ ପ୍ରଧାନ ପ୍ରମୁଖ  ରାଜକୀୟ ଅତିଥି  ଭାବେ     ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥଲେ। ଚାରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସରିତା ଦାଶ        ଅତିଥି  ପରିଚୟ ସହ ସ୍ବାଗତ ଭାଷଣ ଦେଇଥିବାବେଳେ, ଏମ ଇ ସ୍କୁଲ  ପ୍ରଧାନଶିକ୍ଷକ ସୁଦର୍ଶନ  ତ୍ରିପାଠୀ ସଂଯୋଜନା କରିଥଲେ ।ପ୍ରାରମ୍ଭ ରେ  ପୂର୍ବତନ କମିଟି  କର୍ତ୍ତା ସ୍ବର୍ଗତ ଅର୍ଜୁନ ପଣ୍ଡା, ଓ କମିଟି ଉପ ସଭାପତି ଗୋପାଳ ଦୋରାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରଥମ ଦିବସ ରେ ଦେବକୀ ବାସୁଦେବ ଙ୍କ ବିବାହ, ଦେବ ବାଣୀ, ଉଗ୍ରସେନ ଙ୍କ  ଗାଦିଚ୍ୟୁତ, କଂସ ଙ୍କ ସିଂହାସନ ଆରୋହଣ କରିବା  ସହିତ ବି ଟି ଆଇ , ଓ  ସ୍ଥାନୀୟ ପିଲାଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବୁର୍ଲାଥାନା ପକ୍ଷରୁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ପୋଲିସ ମୁତୟନ ଥିଲେ।ଏହି ଧନୁଯାତ୍ରା ଆସନ୍ତା ୯ ତାରିଖ ଅର୍ଥାତ ୭ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଥିବାବେଳେ,ଦ୍ଵିତୀୟ ସନ୍ଧ୍ୟାରେ କଂସଙ୍କ ନଗର ପରିକ୍ରମା,କୃଷ୍ଣ ଜନ୍ମ,ପୁତନା ପ୍ରେରଣ ଭଳି କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।ଆୟୋଜିତ ଧନୁଯାତ୍ରାରେ ଜନସାଧାରଣଙ୍କ ପାଇଁ ମୁଖ୍ୟ ଆକର୍ଷଣ ମିନାବଜାର ମଧ୍ୟ ରହିଛି।