Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାକାର ସଂଘ କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ଅନୁଷ୍ଠିତ

ସୋରଡ଼ା:କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ସୋରଡ଼ା ଶାଖା କର୍ମକର୍ତ୍ତା ଦୀକ୍ଷାନ୍ତ ବୈଠକ ସଭାପତି ରାଧାକୃଷ୍ଣ ଦାଶଙ୍କ ଅଧ୍ଯକ୍ଷତାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରସ୍ଥ ଗୀତଗୋବିନ୍ଦ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ନାଟ୍ୟକାର ଉମାଶଙ୍କର ଦାଶ ଅତିଥି ଭାବରେ ଯୋଗଦେଇ କଳାକାର ସମାଜର ଆତ୍ମିକ ଶକ୍ତିଶକ୍ତି ସମ୍ପର୍କରେ ସୂଚନା ଦେବା ସହ ସଂଘର ସୋରଡ଼ା ଶାଖା କର୍ମକର୍ତ୍ତାଙ୍କୁ କଳା ଓ କଳାକାରଙ୍କ ସମେତ ସମାଜର ଉନ୍ନତି ପ୍ରତି ଅଙ୍ଗୀକାରବଦ୍ଧ ମନ୍ତ୍ରରେ ଦିକ୍ଷିତ କରାଇଥିଲେ। ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ଏପ୍ରିଲ୍ ମାସର ଦ୍ବିତୀୟାରର୍ଦ୍ଧରେ ସଂଘର ବାର୍ଷିକୋତ୍ସବ ଅନୁଷ୍ଠାନ ନିମନ୍ତେ ସ୍ଥିର କରାଯାଇଥିଲା। ସର୍ବଶ୍ରୀ ଶିବ ପ୍ରସାଦ ସାହୁ, ଲକ୍ଷ୍ମଣ ସାହୁ, ପଞ୍ଚାନନ ସାହୁ, ଶଙ୍କର ବେହେରା, ଶିଶିର କୁମାର ଦାସ, ବିଜୟ କୁମାର ନାୟକ ପ୍ରମୁଖ କଳାକାର ତଥା ଶାଖା ସଂଘ କାର୍ଯ୍ୟକାରୀ ସଦସ୍ୟମାନେ ଏହି ଦୀକ୍ଷାନ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ କୃଷ୍ଣ ଚନ୍ଦ୍ର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ