ରେଙ୍ଗାଲି ସାମଗ୍ରୀକ ବିକାଶ ପାଇଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଙ୍କୁ “ସେବା” ର ଦାବି ପତ୍ର ପ୍ରଦାନ


ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ରେଙ୍ଗାଲି I ଏହି ବ୍ଲକରେ ଶିଳ୍ପ ବିକାଶ ସନ୍ତୋଷଜନକ ଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡାର ବିକାଶ ସନ୍ତୋଷଜନକ ନୁହେଁ I ଏସଟି, ଏସ ସି ବହୁଳ ଏହି ମର୍ମରେ ଆଜି ରେଙ୍ଗାଲି ର ସାମଗ୍ରୀକ ବିକାଶ ପାଇଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଙ୍କୁ “ସେବା” ର ଅଧକ୍ଷ ଡ଼. ଅମର ତାଣ୍ଡିଆ ସ୍ଥାନୀୟ ସମ୍ବଲପୁର ପାନ୍ଥ ନିବାସ ଠାରେ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ I ରେଙ୍ଗାଲିରେ ଟି. ଆର. ଡବ୍ଲୁ ଅଧୀନରେ ଏକ ବିଦ୍ୟାଳୟ ଖୋଲିବା, ରେଙ୍ଗାଲି ପିଏଚସି କୁ ସିଏଚସି ଘୋଷଣା କରିବା, କ୍ରୀଡା ର ବିକାଶ ପାଇଁ ଏକ ମିନି ଷ୍ଟାଡିଅମ କରିବା ଏବଂ ରେଙ୍ଗାଲି ସହର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା କରିବା କୁ ଦାବି କରିଛନ୍ତି I ଏହି ଦାବି ପତ୍ର ପ୍ରଦାନ ସମୟରେ “ସେବା” ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର,ମାନ ଭଂଜନ ପଶାୟତ, ପ୍ରତୀକ ପଣ୍ଡା, ରାହୁଲ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I