Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅ ର ଜନ୍ମ ଦିନ ପାଳନ କଲେ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର କରି

ବୀରମହାରାଜପୁର ( ସୌମିତ୍ରି ମେହେର ): ବୀରମହାରାଜପୁର ବ୍ଲକ କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଠାରେ ପବିତ୍ର କୁମାର କମ୍ପ ନିଜ ଝିଅ ସୃଷ୍ଟି ସ୍ୱରୂପା କମ୍ପ ର ଜନ୍ମ ଦିନ ଅବସରରେ ଏକ ରକ୍ତ ଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଛନ୍ତି । ରକ୍ତ ଦାନ ମହତ୍ ଦାନ ଓ ଏ ଦାନ ଅନେକ ଲୋକ ଙ୍କ ଜୀବନ ରକ୍ଷା କରି ପାରିବ , ଏହି ମହତ୍ କାର୍ଯ୍ୟ କୁ ପାଥେୟ କରି ପବିତ୍ର କମ୍ପ ନିଜର ଝିଅ ଙ୍କ ଜନ୍ମ ଦିନରେ ଏକ ନିଆରା ପ୍ରୟାସ କରି ବେଶ ଆନନ୍ଦ ଅନୁଭବ କରୁଛନ୍ତି । ଉପାନ୍ତ ଗ୍ରାମ ରେ ଝିଅ ଜନ୍ମ ପର ଘର କୁ କହୁଥିବା ବେଳେ ନିଜ ଗ୍ରାମ ତଥା ନିଜ ଅଞ୍ଚଳର କେତେକ ବୃଦ୍ଧ ବୃଦ୍ଧା ଙ୍କ ଆଖି ର ଚିକିତ୍ସା ସକାଶେ ସେ ପ୍ରଚେଷ୍ଟା କରିଛନ୍ତି। ପ୍ରତିବର୍ଷ ଜନ୍ମ ଦିନରେ କିଛି ସମାଜ କୁ ସେବା କରିବି ବୋଲି ପବିତ୍ର ଙ୍କ ଏପରି ମାନବିକତା ଆଜିର ଆଧୁନିକ ଯୁଗରେ ଏକ ଉଦାହରଣ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ରେ ଶ୍ରୀ କମ୍ପ , ଯାଦବ ପଧାନ , ଆଲୋକ ପଧାନ, ଜିତେନ୍ଦ୍ର ସାହୁ , ନିରଞ୍ଜନ ପଧାନ, ମନୋଜ ପଧାନ, ଦେବଶ୍ରୀ ବାଘ , ଅରୁଣ କୁମାର ଦନ୍ତା , ଇବୁଖାଁ , ସୁମନ୍ତ ବିଶ୍ଵାଲ , ବିଷ୍ଣୁଜି ବିଶ୍ୱାଳ, ମଣ୍ଟୁ ସାହୁ , ସିପୁନ ପଧାନ, ଗୌରୀଶଙ୍କର ପୁଜାହାରୀ, ଗୌତମ ପଧାନ, ଭକ୍ତରାମ ଆଡଜୁଆଳି ,ରଞ୍ଜନ ଭୁକ୍ତା ,ନରେନ୍ଦ୍ର କମ୍ପ, ଶୁଭ ପ୍ରସାଦ ବିଶ୍ୱାଳ , ଚୈତନ୍ୟ ପଧାନ, ବିଶ୍ଵମ୍ବର ପଧାନ ସହ ୨୧ ଜଣ ରକ୍ତ ଦାନ କରିଥିଲେ। ସେହିପରି ମହାନଦୀ ନେତ୍ର ଚିକିତ୍ସାଳୟ ସହାୟତା ରେ ୭୦ ଜଣ ରୋଗୀ ନିଜ ନାମ ପଞ୍ଜିକରଣ କରି ଥିବା ବେଳେ ଆଖି ପରୀକ୍ଷା କରି ୧୩ ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ନିକଟସ୍ଥ ମହାନଦୀ ନେତ୍ର ଚିକିତ୍ସାଳୟକୁ ପଠାଯାଇଛି । ସୃଷ୍ଟି ସ୍ୱରୁପା ଜନ୍ମ ଦିନର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା , ଅଞ୍ଜନ, ଯାଦବ ପଧାନ, ଅମ୍ବରୀଶପଣ୍ଡା ସନ୍ଧ୍ୟା ରାଣୀ ସାହୁ କବିତା ପଧାନ , ଉମାକାନ୍ତ , ଭକ୍ତରାମ , ଚୈତନ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହାୟତା କରୁଥିଲେ। ଜିଲ୍ଲା ରକ୍ତ କେନ୍ଦ୍ର ତରଫରୁ ଡାକ୍ତର ଅମିତ୍ ମୁଦୁଲି ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିଶିଏନ ଟିଟୁ ଭୋଇ, ଜଗତ ଦାରୁଅନ, ମୁନା ନାଏକ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories