ବୀରମହାରାଜପୁର (ସୌମିତ୍ରି ମେହେର ) : ବିରମହରାଜପୁର ବ୍ଲକ ଅନ୍ତର୍ଗତ ଡୁଲେଶ୍ଵର ରାଧାମୋହନ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଖଣ୍ଡଗିରି ୬୦ ବର୍ଷ ବୟସରେ ଚାକିରି କାଳ ସମାପ୍ତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି I ଆୟୋଜିତ ସଭାରେ ନୂତନ ପ୍ରଧାନ ଶିକ୍ଷକ ବନମାଳୀ ଶାସିନୀ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ର ପ୍ରତିଷ୍ଠାତା ରୁଦ୍ର ନାରାୟଣ ସିଂ ସାମନ୍ତ ଯୋଗଦେଇ ଶ୍ରୀ ଖଣ୍ଡଗିରି ଙ୍କର ଗୁଣଗାନ କରିଥିଲେ। ଶିକ୍ଷକ ଉଜ୍ୱଳ ମଣି ପାତ୍ର , ପ୍ରେମାନନ୍ଦ ସାମଲ, ପରମେଶ୍ୱର ପଣ୍ଡା , ବାସୁଦେବ ପଧାନ , ଅମରେନ୍ଦ୍ର ଦେହୁରୀ ପ୍ରମୁଖ ଶିକ୍ଷକ ଙ୍କ ସମୟନୁବର୍ତ୍ତୀତl ତଥା କର୍ମଚାରୀ ମାନଙ୍କ ପ୍ରତି ଭାତୃତ୍ୟ ଭାବ କୁ ମନେ ପକାଇଥିଲେ । ବରିଷ୍ଠ ଶିକ୍ଷକ ପ୍ରଦୀପ ପୁରୋହିତ ସଭା ପରିଚାଳନା କରିଥିଲେ। ପରିଚାଳନା କମିଟି ର ମଧୁସୂଦନ ପଣ୍ଡା ଙ୍କ ସମେତ ଅଞ୍ଚଳର ର ସମସ୍ତ ବୁଦ୍ଧିଜୀବୀ ପୁରାତନ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ଉପଢୈାକନ ଦେଇ ସମ୍ବର୍ଦ୍ଧନା ସହ ଗ୍ରାମ ପରିକ୍ରମା କରିଥିଲେ । ପୁରାତନ ଛାତ୍ର ଦୀନବନ୍ଧୁ ପଧାନ , ଧିରେନ ପଧାନ, କର୍ମଚାରୀ ହଳଧର , ଟୁନୁ , ସନ୍ୟାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ।
ରାଧା ମୋହନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା
