Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ଯୁକ୍ତଦୁଇ କଲେଜ ଅଧକ୍ଷ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ପଞ୍ଚାୟତ ସମିତି ମହା ବିଦ୍ୟାଳୟ ର କାର୍ଯ୍ୟରତ ଅଧକ୍ଷ ଶ୍ରୀ ରାମଚନ୍ଦ୍ର ସାହୁ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି ତେଣୁ,ନର୍ଲା ସ୍ଥିତ ମିର୍ଚି ହୋଟେଲ ଠାରେ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ସଂପୃକ୍ତ କଲେଜ ଓ ନର୍ଲା ଡିଗ୍ରୀ କଲେଜ ର କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ସମେତ ନର୍ଲା ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଅଶୋକ ଚାନ୍ଦ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶିବଦାସ ଚାନ୍ଦ ସୁରେଶ,ଚାନ୍ଦ ବିନୋଦ ପୁଝାରୀ ସମାଜସେବୀ ଶିକ୍ଷାବିତ ଓ ଗଣମାଧ୍ୟମ ପ୍ରତିନିଧି ନର୍ଲା ପ୍ରେସ ଏସୋସେଶନ ସଭାପତି ଦୀପକ୍ ସାହୁ ପ୍ରମୁଖ ଯୋଗଦେଇ ଶ୍ରୀ ସାହୁ ଙ୍କ ନିରପେକ୍ଷ ନିଷ୍ଠା ଓ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ ଏବଂ ତାଙ୍କ ପରିବାର ସମସ୍ତ ଙ୍କ ମଙ୍ଗଳ କାମନା କରିଥିଲେ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଶ୍ରୀ ସାହୁ ଙ୍କ ଧର୍ମ ପତ୍ନୀ ତଥା ନର୍ଲା ଡିଗ୍ରୀ କଲେଜ ରେ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବାସନ୍ତୀ ସାହୁ ଓ ତାଙ୍କ ସୁପୁତ୍ର ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଡକ୍ଟର କୁନାଲ ସାହୁ ପୂତ୍ରି ଡ଼ା ଅନ୍ୟାନ୍ୟ ପ୍ରତିଭା ସମେତ ପରିବାର ସ୍ୱଜନ ଉପସ୍ଥିତ ରହି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ