Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଧନୁଯାତ୍ରା ଦ୍ଵିତୀୟ ସନ୍ଧ୍ୟା: ବିଜୁଳିକନ୍ୟାଙ୍କ ଶୂନ୍ୟବାଣୀରେ କଂସ ବିଚଳିତ ,ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା

ଚିପିଲିମା,ଚିପିଲିମା ଧନୁଯାତ୍ରା ଦ୍ୱିତୀୟ ସନ୍ଧ୍ୟାରେ କଂସ ମହାରାଜାଙ୍କ ନଗର ପରିକ୍ରମା,କୃଷ୍ଣଜନ୍ମ, ବିଜୁଳିକନ୍ୟାଙ୍କ ଶୂନ୍ୟବାଣୀ,କୃଷ୍ଣଙ୍କୁ ମାରିବାପାଇଁ ପୁତୁନା ପ୍ରେରଣ ଭଳି କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ କଂସଙ୍କ ଦରବାରରେ ମୁଖ୍ୟ ଅତିଥି ଭାବରେ ଚିପିଲିମା ଜଳ ବିଦ୍ୟୁତ୍ ପ୍ରକଳ୍ପ ମୁଖ୍ୟ ନବକୃଷ୍ଣ ନାଏକ,ଯୋଗଦାନ କରିଥିବାବେଳେ,ସମ୍ମାନୀୟ ଅତିଥିଭାବରେ   ମହିଳା  ସମାଜ ସେବୀ   ବିଜୟ ଲକ୍ଷ୍ମୀ ନାଏକ ,କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ  ପ୍ରଫେସର ଡ଼  କୈଳାସ ଚନ୍ଦ୍ର ସାମଲ ,  ଡ଼ ଭାସ୍କର ଚନ୍ଦ୍ର ଦାସ,  ଡ଼ ଭବାନୀ ଶଙ୍କର ବିଷୋୟୀ ,କର୍ଡୋଲ ସରପଞ୍ଚ ଗୋରେଖ ରାଉତ,  କଳାମାଟି ସରପଞ୍ଚ ଡ଼ ସୁଷମା ସାହୁ , କୁଦ ଗୁଣ୍ଡେରପୁର ସରପଞ୍ଚ ମୃତ୍ୟୁଞ୍ଜୟ ପୁରୋହିତ,ଧନୁଯାତ୍ରା କମିଟିର ଉପ ସଭାପତି ସୁଶାନ୍ତ ବୁଡା ,ଯୁଗ୍ମ ସମ୍ପାଦକ ସରୋଜ ନାଥ,  ଧନୁଯାତ୍ରା କମିଟିର ପୂର୍ବତନ ସଭାପତି ଏନ୍ .ଗୋପାଳ କ୍ରିଷ୍ଣା,ପୂର୍ବତନ ସମ୍ପାଦକ ଉଦ୍ଧବ ବାରିକ,ପୂର୍ବତନ କୋଷାଧ୍ୟକ୍ଷ ପଞ୍ଚାନନ୍ଦ୍ ସାହୁ,  ପ୍ରମୁଖ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ l  ଶ୍ରୀ ସାମଲ ତାଙ୍କ ଅଭିଭାଷଣରେ କଂସ ମହାରାଜ ଙ୍କୁ ଦୁଇଟି ଅନୁରୋଧ କରିଥିଲେ ଗୋଟିଏ ଏ ଅଞ୍ଚଳର ଧାନ ଫସଲରେ ଚକଡା଼ ପୋକ ଲାଗିବl ଓ ପଶ୍ଚିମ ଓଡ଼ିଶାରେ କ୍ୟାନ୍ସର ରୋଗ ଦୃତାଗତିରେ ବଢୁଥିବାରୁ ତାର ପ୍ରତିକାର କରିବା ପାଇଁ। ସ୍ବାସ୍ଥ୍ୟ ବିଭାଗ ଓ  କୃଷି ବିଭାଗ ଅଧିକାରୀ ଏଥି ପ୍ରତି ଦୃଷ୍ଟି  ଦେବାକୁ କହି ଥିଲେ l ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ରାଜଦରବାରରେ ସମ୍ମାନିତ କରାଯାଇଥିଲା l କଂସ ଦରବାରରେ ନାଚ ଗୀତ ଦଳଗତ ନୃତ୍ୟ ଭଳି ସାଂକୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଶହସ୍ରାଧିକ ଦର୍ଶକଙ୍କ ସମାଗମରେ ଯାତ୍ରାର ଦ୍ଵିତୀୟ ସନ୍ଧ୍ୟା ସମାପ୍ତି ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ