ସମ୍ବଲପୁର:ଯୁଯୋମୁରା ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଶ୍ରୀମତୀ ରଜନୀଗନ୍ଧା ବିଶୀ ଓ ଶ୍ରୀମତୀ ନିବେଦିତା ବାର୍ଲାଙ୍କ ତତ୍ତ୍ଵାବଧାନରେ ଅନ୍ତିମ ପର୍ଯ୍ୟାୟର ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆଁ ବରଙ୍ଗାମାଲ କ୍ଲଷ୍ଟରର ନୂଆଁ ବରଙ୍ଗାମାଲ , କୁଲସର, ଖଇରମାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମେଘପାଳର ସରକାରୀ ଉଚ୍ଚ ବିଦ୍ୟାଳୟ , ଘେନୁପାଲି କ୍ଲଷ୍ଟରର ବୁରୋମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବଡ଼ସାହିର ସରକାରୀ ଉଚ୍ଚ ବିଦ୍ୟାଳୟ ,ଛାମୁଣ୍ଡା କ୍ଲଷ୍ଟରର ଛାମୁଣ୍ଡା , ନୂଆଁ ଅଢାପଡା ଓ ଟାମ୍ପେରସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,କଂସର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫୁଟନା ଏବଂ ଜୟନ୍ତପୁର କ୍ଲଷ୍ଟରର ବୈରାଗୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓ ଏହି ଶିବିର ମାସକୁ ୫ ଦିନ ଧରି ୩ ମାସ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଯୁଯୋମୁରା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଝସକେତନ ନାଏକ ଯୋଗ ଦେଇ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବର୍ତ୍ତମାନର ପରିପ୍ରେକ୍ଷୀରେ ଏହି ଆତ୍ମରକ୍ଷା ଶିବିରର ଆବଶ୍ୟକତା ଓ ମହତ୍ତ୍ଵ ବିଷୟରେ ଧାରଣା ଦେଇଥିଲେ । ଏଥିରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟିତ୍ରୀ ରଜନୀଗନ୍ଧା ବିଶୀ ଓ ଶିକ୍ଷୟିତ୍ରୀ ନିବେଦିତା ବାର୍ଲ୍ଲା ସମୁଦାୟ ୧୧ଟି ବିଦ୍ୟାଳୟର ଆତ୍ମରକ୍ଷା ତାଲିମ ଶିବିରରେ ଛାତ୍ରୀମାନଙ୍କୁ ସୁନ୍ଦର ଓ ସହଜ ଭାବରେ ଆତ୍ମରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ ।
ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର ଉତ୍ଯାପିତ
