Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ, ଅଧିକାଂଶ ଦାବି ପୂରଣ କଲେ ରାଜ୍ୟ ସରକାର

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ୍ ରନ୍ ନିୟମ ବିରୋଧ କରି ଜାରି ଆନ୍ଦୋଳନ ରାଜ୍ୟରେ ସ୍ଥଗିତ। ରାଜ୍ୟ ସରକାର ଡ୍ରାଇଭର ସଂଘର ପ୍ରାୟ ସମସ୍ତ ଦାବି ମାନି ନେଇଛନ୍ତି। ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏହି ସୂଚନା ଦେଇଛନ୍ତି । ଘଣ୍ଟେ ଦୁଇ ଘଣ୍ଟା ଭିତରେ ଡ୍ରାଇଭରମାନେ ଯୋଗ ଦେବେ ଏବଂ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜ୍ୟ ମୋଟର ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ନିୟମକୁ ବିରୋଧ କରି ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଥିଲା। ଆଉ ଏହାର ପ୍ରଭାବ ଓଡିଶା ଉପରେ ପଡିଥିଲା। ଫଳରେ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ ସଙ୍ଘ ମଧ୍ୟ ସମର୍ଥନ ଜଣାଇଥିଲା । ଆନ୍ଦୋଳନ ପ୍ରତି ନୈତିକ ସମର୍ଥନ ଥିବା କହିଥିଲା ବସ୍ ମାଲିକ ସଙ୍ଘ । ଶନିବାର ସଂଧ୍ୟାରେ ବସ୍ ମାଲିକ ସଙ୍ଘ ବସ୍ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଥିଲେ ।

ରାଜ୍ୟ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହୋଇଛି । କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ୍ ରନ୍ ନିୟମର  ଆଇନଗତ ତର୍ଜମା ହେଉନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋଡ୍ ସେଫ୍ଟଟି ଆୱାରନେସ୍‌ର ହେଉନାହିଁ । ଡ୍ରାଇଭର କରିଥିବା ବନ୍ଦକୁ ବିରୋଧ କରୁନୁ କିନ୍ତୁ ଆଇନକୁ ବିରୋଧ କରୁଛୁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ