Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡିଆର ଗୁଣାତ୍ମକ ମାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସମ୍ବଲପୁର: ରାଜ୍ୟ ଆଦିବାସୀ ଉର୍ନ୍ନୟନ ସମବାୟ ନିଗମପକ୍ଷରୁ ଚଳିତ ୨୦୨୩- ୨୪ ବର୍ଷ ପାଇଁ ସରକାରୀ ନିର୍ଦ୍ଧାରିତ ଦରରେ ମାଣ୍ଡିଆ କ୍ରୟ କରିବା ସକାଶେ ଆଜି ଏକ ଗୁଣବତ୍ତା ମାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସଂମ୍ବିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମାଣ୍ଡିଆ ର ସର୍ବନିମ୍ନ ହାରାହାରି ଗୁଣବତ୍ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମ୍ବଲପୁର ଶ୍ରୀ ଗୌରି ଶଙ୍କର ସିଂ ଙ୍କ ଅଧକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା I ଆଦିବାସୀ ଉର୍ନ୍ନୟନ ସମବାୟ ନିଗମ ସମ୍ବଲପୁର ଶାଖା ପରିଚାଳକ ରମାକାନ୍ତ ଜେନା, ଓଡିଶା ମିଲେଟ ମିଶନ ର ଅନୁବନ୍ଧିତ ସଂସ୍ଥା “ୱାସ୍କନ” ର ସମ୍ବଲପୁର ଜ଼ିଲ୍ଲା ସଂଯୋଜକ ସୁଧାଂଶୁ ରାୟଗୁରୁ, ବରଗଡ ସଂଯୋଜକ ନାରାୟଣ ପାଣିଗ୍ରାହୀ, ଝାରସୁଗୁଡା ଜ଼ିଲ୍ଲା ସଂଯୋଜକ ସବ୍ୟସାଚୀ ହନୁମାନ, କ୍ଷେତ୍ର ନିରିକ୍ଷକ ବାୟା ମାରାଣ୍ଡି, ଅଜୟ କୁମାର ସାହୁ, ସ୍କିମ ଅଫିସର ଟଙ୍କଧର ନାଗ ପ୍ରମୁଖ ମଂଚାସୀନ ଥିଲେ I ଏହି ବୈଠକରେ ସମ୍ବଲପୁର ଜ଼ିଲ୍ଲା ଖାଦ୍ୟ ଯୋଗାଣ ବିଭାଗର ଗୁଣବତ୍ତା ଅଧିକାରୀ ତପସ୍ପିନି ବେହେରା ଯୋଗଦାନ କରି ମାଣ୍ଡିଆ ର ପରିମାପକ ସମ୍ପର୍କରେ କ୍ଲଷ୍ଟର ସ୍ତରୀୟ ବରଗଡ, ଝାରସୁଗୁଡା ଏବଂ ସମ୍ବଲପୁର ଜ଼ିଲ୍ଲାର ଚାଷୀ ଉତ୍ପାଦକ ସଂଘ ର ଜ଼ିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ, ସହ ସଂଯୋଜକ , ଏବଂ ଚାଷୀ ଉତ୍ପାଦକ ସଂଘ ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ଚଳିତ ବର୍ଷ ମାଣ୍ଡିଆର ସରକାରୀ ନିର୍ଦ୍ଧାରିତ ଦର କିଲୋଗ୍ରାମ ପ୍ରତି ଟ. ୩୮.୪୬ ଙ୍କା ରହିଥିବା ବେଳେ ନିଜର ଉଦ୍ପାଦିତ ମାଣ୍ଡିଆ ବିକ୍ରୟ ପାଇଁ ସ୍ଥାନୀୟ ଗ୍ରାମ୍ୟ କୃଷି କର୍ମଚାରୀ, ସହକାରୀ କୃଷି ଅଧିକାରୀ,ପେସ୍କ, ସମବାୟ ସମିତି, ପ୍ରଡୁସର କମ୍ପାନୀ, କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ନିକଟସ୍ଥ ମାଣ୍ଡିଆ ମଣ୍ଡି ରୁ ଟୋକନ ସଂଗ୍ରହ ପୂର୍ବକ ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ ବିକ୍ରୟ ର ସୁଯୋଗ ନେବାକୁ ଆଦିବାସୀ ଉର୍ଣ୍ଣୟନ ବିଭାଗ ସମ୍ବଲପୁର ଶାଖା ପରିଚାଳକ ଶ୍ରୀ ଜେନା ଚାଷୀ ମାନଙ୍କୁ ଅନୁରୋଧ କରିଛନ୍ତି I