Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପ୍ରବଳ ବର୍ଷା ସମ୍ଭାବନା; ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡବର୍ଷା ଲାଗି ରହିଛି। ଦିନରେ ଗୁଳୁଗୁଳିକୁ ତାତି ଅନୁଭୂତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟିରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଆଜିବି କେତେକ ସ୍ଥାନରେ ଝଡବର୍ଷା ସାଙ୍ଗକୁ କୁଆପଥର ମାଡ ହେବାର ମଧ୍ୟ ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି।

ସେହିପରି ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ‌ ଏହି ୪ ଜିଲ୍ଲାରେ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ହେବା ସହ କିଛି ସ୍ଥାନରେ କୁଆପଥର ପଡ଼ିବା ସମ୍ଭାବନା ରହିଛି। ଏ ନେଇ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଗତକାଲି କଟକ ଭୁବନେଶ୍ୱର ସହିତ ମାଲକାନଗିରି, ‌କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁର ଜିଲ୍ଲାରେ ଗୁରୁବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ