Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟଳୟ ନାମ ନିମନ୍ତ୍ରଣ କାର୍ଯ୍ୟାଳୟ ରେ ପରିବର୍ତ୍ତନ ହେଉ- ଗିରିଶ ପଟେଲ !

ସମ୍ବଲପୁର:ଜିଲ୍ଲାର ଜଳ, ସ୍ଥଳ ଓ ଆକାଶ ର ବର୍ତ୍ତମାନ୍ ସ୍ଥିତି କୁ ଦେଖିଲେ ବହୁତ୍ ଭୟଭୀତ ଓ ଚିନ୍ତିତ ଲାଗୁଛି । ସଂଲଗ୍ନ ବିଭାଗ ର ଆଚରଣ ଓ ଉଚ୍ଚାରଣ ଦେଖିଲେ ଲାଗୁଛି ଜିଲ୍ଲା ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ନାମ କୁ ପରିବର୍ତ୍ତନ କରି ପ୍ରଦୂଷଣ ନିମନ୍ତ୍ରଣ ବୋର୍ଡ କରାଯିବା ଉଚିତ୍ । ଜିଲ୍ଲା ର ପରିବେଶ ର ସମସ୍ତ ଦିଗନ୍ତ କୁ ନେଇ ଉଦ୍ବେଗ ପ୍ରକାଶ କରି ଏଭଳି କଟୁକ୍ତି କରିଛନ୍ତି ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ।
ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଜରିଆରେ ଦେଇଥିବା ପ୍ରେସ୍ ବିଜ୍ଞପ୍ତି ରେ ଶ୍ରୀଯୁକ୍ତ ଗିରିଶ ପଟେଲ କହିଛନ୍ତି ଯେ,ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ରେ ନୀରକୁଂଶ ଭାବେ ଶାସନ କଲା ପରେ ମଧ୍ଯ ରାଜ୍ଯ ସରକାର ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରହିଛି । ରାଜ୍ୟବାସୀ ଙ୍କୁ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ମଧ୍ୟ ଏ ସରକାର ଅସମର୍ଥ । ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ମଧ୍ୟ ବିଭାଗ ନିଜର କାର୍ଯ୍ୟ ସଠିକ୍ ରୂପେ ସମ୍ପାଦନ କରୁନାହାଁନ୍ତି । ବର୍ତ୍ତମାନ୍ ସ୍ଥିତି ଏଭଳୀ ହେଲାଣି ଯେମିତି ଲାଗୁଛି କେତେକ ସରକାରୀ ବିଭାଗ ସାଧାରଣ ଲୋକଙ୍କ ଜୀବନ ସହିତ୍ ଖେଲ ଖେଳୁଛନ୍ତି । ସେଥି ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ, ଶିଳ୍ପପତି ଓ ଶାସକ ଦଳର ନେତା ଙ୍କ ମଧୂଚନ୍ଦ୍ରିକା ର କୁପରିଣତି ଭୋଗୁଛନ୍ତି ଜିଲ୍ଲାବାସୀ ।
ବର୍ତ୍ତମାନ୍ ସାଂପ୍ରତିକ ସ୍ଥିତି ଓ ପରିସ୍ଥିତି କୁ ଅନୁଧ୍ୟାନ କଲେ ବିଭାଗ ର ନାମ ଓ କାମ ମଧ୍ୟରେ ଆକାଶ ପାତାଳ ପରିଲକ୍ଷିତ ହେଉଛି । ବିଭାଗ ର କାର୍ଯ୍ୟଶୈଳି ଓ ଜିଲ୍ଲାର ତତ୍ ସଂଲଗ୍ନ ପରିବେଶ କୁ ଦେଖିଲେ ଲାଗୁଛି ଏହାର ନାମ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୁ ପରିବର୍ତ୍ତନ କରି ପ୍ରଦୂଷଣ ନିମନ୍ତ୍ରଣ ବୋର୍ଡ କରିଦେବା ଉଚିତ୍ । ଜିଲ୍ଲା ରେ ରହିଥିବା କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ସମସ୍ତ ଶିଳ୍ପାନୁଷ୍ଠାନ ପ୍ରଦୂଷଣ ନିୟନ୍ତ୍ରଣ ର ସମସ୍ତ ନିୟମ କୁ ଖୋଲା ଉଲଂଘନ କରି ଚାଲିଛନ୍ତି । ଜିଲ୍ଲା ର ଯେଉଁ ଆଡେ ଦେଖିଲେ ଜଳ, ଜମି ଓ ବାୟୁ ସବୁ ପ୍ରଦୂଷଣ ର ଶୀର୍ଷ ରେ ପହଞ୍ଚି ସାରିଲେଣି । ଜଳ ଓ ବାୟୁ କେବଳ ପ୍ରଦୂଷିତ ହୋଇ ରହି ନାହିଁ ଏହା ଏବେ ରସାୟନିକ ପ୍ରକ୍ରିୟାକରଣ ହୋଇ ବିଷାକ୍ତ ହୋଇ ସାରିଲାଣି । ଯଦି ପରିସ୍ଥିତି କୁ ନିୟନ୍ତ୍ରଣ କୁ ଅଣା ନଯାଏ ତାହେଲେ ଆଗାମୀ ଦିନରେ ଜିଲ୍ଲାବାସୀ ଭୟଙ୍କର ରୋଗ ରେ ପୀଡ଼ିତ ହୋଇ ଦୁଃଖ କଷ୍ଟ ଯନ୍ତ୍ରଣା ରେ ମୃତ୍ୟୁ ବରଣ କରିବେ ।
ଏଣୁ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଶୀଘ୍ର ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରଦୂଷଣ ନିୟନ୍ତ୍ରଣ ର ନିୟମ ଖିଲାପକାରୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜିଲ୍ଳାବାସୀ ଙ୍କୁ ପ୍ରଦୂଷଣ ରୁ ରକ୍ଷା କରନ୍ତୁ । ନହେଲେ ଆଗାମୀ ଦିନରେ ଏହାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories