Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ ଉତ୍ସବ ଓ ନୂଆଁଖାଇ ଭେଟ୍ ଘାଟ୍ ସହ କବିତା ଆସର

ବରଗଡ଼(ଅତାବିରା): ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ଏବଂ ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦର ମିଳିତ ଆନୁକୁଲ୍ୟରେ ଲାଦେରପାଲି ଶ୍ରୀ ଶ୍ରୀ ମାଁ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ରାଜ୍ୟ ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ ଉତ୍ସବ ସହ ନୂଆଁଖାଇ ଭେଟ୍ ଘାଟ୍ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଏବଂ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅଶୋକ ପସାୟତ। ସଭାପତି ଦଶରଥ ଭୋଇଙ୍କ ସଭାପତିତ୍ବରେ ଓ ଧର୍ମରାଜ ପ୍ରଧାନ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ହିନ୍ଦୀ ସାହିତ୍ୟିକ ଦିନେଶ କୁମାର ମାଲି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଡ଼ଃ ତପସ୍ୱିନୀ ଗୁରୁ, ନାଟ୍ୟ ନିର୍ଦେଶକ ସନ୍ତୋଷ କୁମାର ପଣ୍ଡା,ଚାଷୀନେତା ବୀରେନ୍ଦ୍ର କୁମାର କର, ଜନ , ସଂଗଠକ ଦିବାକର ପ୍ରଧାନ, ଅଧ୍ୟାପିକା ମନ୍ଦାକିନୀ ଶତପଥୀ ,ପ୍ରମୁଖ ଯୋଗ ଦେଇଥିବା ବେଳେ ଭାଷା ଗବେଷକ, ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଗୋଟିଏ ଦିନରେ ନୂଆଁଖାଇ ପାଳନ ଓ ଲୋକ ମହୋତ୍ସବର ସୃଷ୍ଟିରେ ଗୁରୁ ଭଗବାନ ସାହୁ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ, ସୁସହିତ୍ୟିକ୍ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ( ମାଟିପୁତ୍ର) ଙ୍କୁ ରାଜ୍ୟ ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୁତି ସମ୍ମାନ ପ୍ରଦାନ କରାଯାଇଥିଲା ।ତାଙ୍କ ସହିତ କବି ପ୍ରଫୁଲ୍ଲ ମହାପାତ୍ର,(ଦେବଗଡ) କବି ଡ଼ଃ ସୁବାଷ ଚନ୍ଦ୍ର ପାତ୍ର(ଡୁଙ୍ଗୁରିପାଲି) ,କବି ସୁବାଷ ଚନ୍ଦ୍ର ନାୟକ (କୁଚିଣ୍ଡା), କବି ନରସିଂହ ମହାରଣା(ରେଙ୍ଗାଲି, ସମ୍ବଲପୁର), ଲେଖିକା ମନ୍ଦାକିନୀ ଶତପଥୀ(ଝାରସୁଗୁଡ଼ା)ଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ସ୍ବରଚିତ କବିତା ପାଠୋତ୍ସବରେ ନୂରାବତୀ ସାହୁ,ହରିଲାଲ ସାହୁ, ମନୋରଞ୍ଜନ ଲୁହା,ଋଷଭ ବିଶି,ଦଶରଥ ଭୋଇ, ସଙ୍ଗୀତା ଦୀପ,ସନ୍ତୋଷିନୀ ନାଗ,ସୁରେଶ ଚନ୍ଦ୍ର ଭୋଇ,ପ୍ରଦୀପ କୁମାର ମିଶ୍ର, ଲକ୍ଷ୍ମଣ ମଲ୍ଲିକ, ବିକ୍ରମ ସାହୁ, ପ୍ରସନ୍ନ ପ୍ରଧାନ, ନମିତା ଦୀପ ଯାଦବ,ସୁବାସ ନାଏକ, ମନୋଜ ବାଗ,ଯତୀନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ମହାପାତ୍ର, ମୁରଲୀଧର ନାୟକ ଗୌରହରି ଷଡ଼ଙ୍ଗୀ,ଜଗମୋହନ ସାହୁ, ଜଟାଧାରୀ ପ୍ରଧାନ, ସବିତା ହୋତା,ସ୍ବର୍ଣ୍ଣପ୍ରଭା କର,ଶ୍ରୀବତ୍ସ ମେହେର,ଅସୀମ ପଟେଲ ପ୍ରମୁଖ ଭାଗ ନେଇଥିଲେ।ଲୁଲୁ ରବୀନ୍ ଚନ୍ଦ୍ର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାରେ ଧର୍ମରାଜ ପ୍ରଧାନ ଏବଂ ଅମୃତ କୁମାର ବାରିକ ଙ୍କ ସହ ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର, ଉପଦେଷ୍ଟା କୈଲାସ ମହାରଣା, ସୁବାଷ ପଧାନ, ସରୋଜ ରଥ, କିଶୋର ଚନ୍ଦ୍ର ପାତ୍ର, ସଞ୍ଜୁ ପ୍ରଧାନ, ଦୁର୍ଲ୍ଲଭ ଗଡତିଆ କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ। ଶେଷରେ ସରୋଜ ତଥା ଧନ୍ୟବାଦ ଅର୍ପଣ କରିଥିଲେ ।