Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ ଆରମ୍ଭ ହେଲା ବିଦେଶାଗତ ପକ୍ଷୀଙ୍କ ଗଣନା

ସମ୍ବଲପୁର:ଶୀତ ସକାଳରେ ଜମିଛି ଅତିଥି ପକ୍ଷୀଙ୍କ ଆସର।ଯୋଡି ଯୋଡି ଅତିଥି ପକ୍ଷୀଙ୍କ ମେଳରେ ମୂର୍ଚ୍ଛନା ତୋଲୁଥିବା ହୀରାକୁଦ ନଦୀ ବନ୍ଧ ଏବେ ପାଲଟିଛି ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର। ପର୍ଯ୍ୟଟକବି ଉଠାଉଛନ୍ତି ଏହାର ମଜା।ଏଭଳି ମନୋରମ ଦୃଶ୍ୟ ଓ ବିଦେଶାଗତ ପକ୍ଷୀଙ୍କ କାକଳିରେ ସୁମଧୁର ମୂର୍ଚ୍ଛନା ଭିତରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ହେଉଛି ଏହି ପକ୍ଷୀ ଗଣନା। ସକାଳ ୬ରୁ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଚାଲିବ।୩୨ଟି ଟିମ୍ ଏଥିପାଇଁ ନିୟୋଜିତ ହୋଇଛନ୍ତି।୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍‌ରେ ସାମିଲ ହୋଇଥିବା ବିଭାଗୀୟ ସୂତ୍ରରୁ ଖବର ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories