Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହୀରାକୁଦରେ ଆରମ୍ଭ ହେଲା ବିଦେଶାଗତ ପକ୍ଷୀଙ୍କ ଗଣନା

ସମ୍ବଲପୁର:ଶୀତ ସକାଳରେ ଜମିଛି ଅତିଥି ପକ୍ଷୀଙ୍କ ଆସର।ଯୋଡି ଯୋଡି ଅତିଥି ପକ୍ଷୀଙ୍କ ମେଳରେ ମୂର୍ଚ୍ଛନା ତୋଲୁଥିବା ହୀରାକୁଦ ନଦୀ ବନ୍ଧ ଏବେ ପାଲଟିଛି ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର। ପର୍ଯ୍ୟଟକବି ଉଠାଉଛନ୍ତି ଏହାର ମଜା।ଏଭଳି ମନୋରମ ଦୃଶ୍ୟ ଓ ବିଦେଶାଗତ ପକ୍ଷୀଙ୍କ କାକଳିରେ ସୁମଧୁର ମୂର୍ଚ୍ଛନା ଭିତରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ହେଉଛି ଏହି ପକ୍ଷୀ ଗଣନା। ସକାଳ ୬ରୁ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଚାଲିବ।୩୨ଟି ଟିମ୍ ଏଥିପାଇଁ ନିୟୋଜିତ ହୋଇଛନ୍ତି।୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍‌ରେ ସାମିଲ ହୋଇଥିବା ବିଭାଗୀୟ ସୂତ୍ରରୁ ଖବର ମିଳିଛି।