Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଗା ମିଶନ ବିଜ୍ଞାପନ ସହ ମିଛ ଭାଷଣ:ବିଜେପି ପ୍ରତିବାଦ

ସମ୍ବଲପୁର ତା.୮/୧ – ଗରିବ ପରିବାର ଙ୍କୁ ପକ୍କା ଘର ଖଣ୍ଡିଏ ଯୋଗେଇ ଦେବା ପାଇଁ କେନ୍ଦ୍ର ର ମୋଦୀ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କିନ୍ତୁ, ସେଥି ପାଇଁ ଆବଶ୍ୟକ ସ୍ଥାୟୀ ପଟ୍ଟା ଥିବା ଜମି ଖଣ୍ଡିଏ ମଧ୍ଯ ଅନେକ ଗରିବ ପରିବାର ପାଖରେ ନାହିଁ । ତେଣୁ, ବିଗତ୍ ଦିନରେ ବିଜେପି ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇ ଗରୀବ ଭୂମିହୀନ ଙ୍କୁ ସ୍ଥାୟୀ ପଟ୍ଟା ପ୍ରଦନ କରିବା ପାଇଁ ଦାବୀ ହୋଇ ଆସିଛି । ଏହା ପରେ ଭୂମିହୀନ ପରିବାର ଙ୍କୁ ମାଗଣା ରେ ଜମି ଖଣ୍ଡିଏ ଯୋଗେଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଜାଗା ମିଶନ । ରାଜ୍ୟ ସାରା ଲାଗିଲା ବଡ ବଡ ବିଜ୍ଞାପନ ର ହୋଡିଂ, ଖବରକାଗଜମାନଙ୍କରେ ଦିଆଗଲା କୋଟି କୋଟି ଟଙ୍କା ର ବିଜ୍ଞାପନ । ବିଭିନ୍ନ ବସ୍ତି ଅଞ୍ଚଳ ରେ ଉଷା ଯୋଜନା ରେ କରାଗଲା ସର୍ବେକ୍ଷଣ । କିନ୍ତୁ, ବର୍ତ୍ତମାନ ହିତାଧିକାରୀ ଙ୍କୁ ଏଲ୍.ଆର୍.ସି ପ୍ରଦାନ ପାଇଁ ମଗାଯାଉଛି ପ୍ରିମିୟମ ।
ସର୍ବେକ୍ଷଣ ରେ ଯୋଗ୍ୟ ବିବେଚିତ ହୋଇଥିବା ପରିବାର ଙ୍କୁ ମିଳିବ ୩୦ ବର୍ଗ ମିଟର ଜାଗା । ଯଦି କେହି ତଦୁର୍ଦ୍ଧ କିଛି ଜାଗା ଅକ୍ତିଆର ରେ ରଖିଥିବେ ତାହେଲେ ତାଙ୍କୁ ଆଉ ଅତିରିକ୍ତ ୧୫ ବର୍ଗ ମିଟର ଜାଗା ପ୍ରଦାନ୍ କରାଯିବ । କିନ୍ତୁ, ସେଇ ଅତିରିକ୍ତ ଜାଗା ପାଇଁ ହିତାଧିକାରୀ ଙ୍କୁ ଦେବାକୁ ପଡ଼ିବ ପାଉଣା । ଜମି ର ସରକାରି ମୂଲ୍ୟ ବା ବେଞ୍ଚ ମାର୍କ ଭେଲ୍ୟୁ ଉପରେ ଆର୍ଥିକ ଭାବେ ପଛୁଆ ବର୍ଗ ର ପରିବାର ଙ୍କୁ ୫% ଓ ଅନ୍ୟ ମାନଙ୍କୁ ୧୦% ହିସାବ ରେ ପାଉଣା ଦଖଲ କରିବାକୁ ପଡ଼ିବ ।
ଏହି ବ୍ୟବସ୍ଥାକୁ ଆଜି ସମ୍ବଲପୁର ବିଜେପି ପକ୍ଷରୁ ବିରୋଧ କରାଯାଇଛି । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ବିଜେପି ର ଏକ ପ୍ରତନିଧି ଦଳ ପହଞ୍ଚି ଥିଲେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ । ପୌରାଯୁକ୍ତ ଶ୍ରୀଯୁକ୍ତ ବିଦୁଭୂଷଣ ଭୋଇ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ପୌରାଯୁକ୍ତ ଶ୍ରୀମତୀ ସରୋଜିନୀ ପ୍ରସନ୍ କୁଲୁ ଙ୍କୁ ସାକ୍ଷାତ୍ କରି ନିଜର ଆପତ୍ତି ଅଭିଯୋଗ କରିଥିଲା ।
ବିଜେପି ପକ୍ଷରୁ ଦାବୀ କରଯାଇଛି ଯେ, ହିତାଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ଏଲ୍.ଆର୍.ସି ପ୍ରଦାନ୍ କରାଯାଉ । ଯେଉଁ ମାନେ ଚାରି ପାଞ୍ଚ ଦଶନ୍ଧି ରୁ ସରକାରି ଜମି ରେ ଘର କରି ରହିଛନ୍ତି ତାଙ୍କୁ ଜମି ର ଆକାର ଓ ପ୍ରକାର ରେ କୋହଳ କରିବାର ବ୍ୟବସ୍ଥା କରାଯାଉ । ଏଲ.ଆର୍.ସି ବଦଳ ରେ ସ୍ଥାୟୀ ପଟ୍ଟା ପ୍ରଦନ କରାଯାଉ ।
ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ବେହେରା, ଦାମୋଦର କର, ଶିବ କୁମାର୍ ଅଗ୍ରୱାଲ, ସମିର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ବିଷ୍ଣୁ ରକ୍ଷୀତ୍, ଜୟନ୍ତ ଦାସ, ଫଣି ଭୂଷଣ ମିଶ୍ର, ଶମ୍ଭୁ ବରେଲିଆ, ମନୋଜ ସ୍ୱାଇଁ, ସଞ୍ଜୟ ଷଡ଼ଙ୍ଗୀ, ଦିଲୀପ ଚୋବେ, ଦିଲୀପ ଶର୍ମା, ଅନିଲ ସୁନା, କିଶୋର ମେହେର, ପ୍ରଦିପ କୁମାର ବେହେରା, ନାରାୟଣ ପଣ୍ଡା, ରାଜୀବ ସାହୁ, ମୁନ୍ନା ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ