ସମ୍ବଲପୁର (ଗମ୍ଭାରପଙ୍କ):ଗମ୍ଭାରପଙ୍କ ଠାରେ ଆଜି ଦିନିକିଆ କ୍ରିକେଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ୨୬ ରନରେ ବତେମୁରା ଟିମ ବିଜୟୀ ହୋଇଥିବା ବେଳେ ଉପ ବିଜେତା ଭାବେ ବିଶାଲଖିଣ୍ଡା କପ୍ ହାସଲ କରିଛନ୍ତି । ଗମ୍ଭାରିପଙ୍କ ବିଜେଡି ଯୁବକା ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ପୁର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରଶନ୍ନ କୁମାର ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି କହିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ପ୍ରଶନ୍ନ ଆଚାର୍ଯ୍ୟ କହିଲେ ଯେ କ୍ରୀଡା ଜୀବନ ପାଇଁ ଭିନ୍ନ ଏକ ପରିଚୟ ତିଆରି କରିଥାଏ । ଶିକ୍ଷା ଭଳି କ୍ରୀଡା ମଧ୍ୟ ବିକଶିତ ଭାରତର ଏକ ଅଂଶ । ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡାର ବିକାଶ ପାଇଁ ଯେଉଁ ଭୂମିକା ଗ୍ରହଣ କରିଛନ୍ତି ତାହା ଗ୍ରାମାଞ୍ଚଳରୁ ଆନ୍ତର୍ଜାତୀୟ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି। ତେଣୁ କ୍ରୀଡାର ଭିତ୍ତିଭୂମି ଥିବା ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ପୁଞ୍ଜିର ଅଭାବ ନାହିଁ ,ବରଂ ଯୁବ ସମାଜ ଏଦିଗରେ ଆଗେଇ ଆସିଲେ ଗ୍ରାମାଞ୍ଚଳରୁ ହିଁ କ୍ରୀଡାର ବିକାଶଧାରା ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ତରରେ ନବୀନ ସରକାର ପହଞ୍ଚାଇବାକୁ ବଦ୍ଧ ପରିକର ଅଛନ୍ତି। ଏଥିରେ ମୁଖ୍ୟବକ୍ତା ଭାବେ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ହିରାଲାଲ ବେହେରା ଓ ସମ୍ମାନୀତ ଅତିଥି ଭାବେ କୁକୁଡାପାଲି ସରପଞ୍ଚ୍ ଗୀତାଞଜଳି ଦେହୂରୀ, ଡଙ୍ଗରପଡା ସରପଞ୍ଚ୍ ଅୟସ କାନ୍ତ ବଡପଣ୍ଡା,ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର,ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଦିଲ୍ଲିପ ଦୁରୁଆ, ଜୟନ୍ତପୁର ପୁର୍ବତନ ସରପଞ୍ଚ୍ ଗଣେଷ ତାଣ୍ଡିଆ,ପରମାଣପୁର ସରପଞ୍ଚ୍ ମହେନ୍ଦ୍ର ନାଥ,ସତ୍ୟନାରାୟଣ ପଧାନ ଓ ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ କ୍ରୀଡା ମଧ୍ୟ ବ୍ୟକ୍ତିତ୍ୱ ଗଠନର ଏକ କଳା। କ୍ରୀଡାକୁ ମାଧ୍ୟମ କରି ଜଣେ କ୍ରୀଡାବିତ ନିଜର ପରିଚୟ ସୃଷ୍ଟି କରି ଓଡିଶା ଟେକ ରଖିପାରିବ । ଏଥିପାଇଁ ତୃଣ ମୂଳ ସ୍ତରରୁ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ସଭାରେ କୁକୁଡାପାଲିର ପୁର୍ବତନ ସରପଞ୍ଚ୍ ସରୋଜ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ ।ଖେଳକୁ ସନତ ପଣ୍ଡା,ସଞ୍ଜୟ ଡନସେନା, ପ୍ରଶାନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ଅଭିଳାସ ସାମଲ,ପରେଶ ସାହୁ,ସଙ୍କେତ ପଣ୍ଡା,ଶୁଭମ ପଣ୍ଡା, ଆଶିକ ବିଶି ପ୍ରମୁଖ ପରିଚାଳନା କରିଥିଲେ ଓ ପ୍ରିତମ ସାହୁ ଟୁର୍ନାମେଣ୍ଟକୁ ସଂଯୋଜନା କରିଥିଲେ ।
ଗମ୍ଭାରପଙ୍କରେ ବିଜେଡି କପ୍ କ୍ରିକେଟ୍ ଟୁର୍ନାମେଣ୍ଟ : ୨୬ ରନରେ ବତେମୁରା ବିଜୟୀ
