Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ; ସାମାଜିକ କାର୍ଯ୍ୟକଳାପ ବିରୋଧୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ..ଥାନା ଅଧିକାରୀ ଶ୍ରୀମତୀ ପଦ୍ମାଳୟା

ଜମନକିରା : ବହୁ ଦିନ ଅନ୍ତରାଳରେ ଆଜି ଜମନକିରା ପୋଲିସ ପକ୍ଷରୁ ଥାନା ଅଧିକାରିଣୀ ପଦ୍ମାଳୟା ସାହୁଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ସ୍ଥାନୀୟ ଥାନା ବୈଠକ ଗୃହରେ ଅନଷ୍ଠିତ ହୋଇଯାଇଛି। ଜମନକିରା ଥାନା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଇ ବୈଠକରେ ଅଞ୍ଚଳର ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଏହାର କିପରି ଆଶୁ ସମାଧାନ ହୋଇପାରିବ ଏଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ସମସ୍ୟା ମଧ୍ୟରେ ମୁଖ୍ୟତଃ ଥାନା ଅଂଚଳରେ ଯେପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନ ପାଇବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା, ନିଶା ଖାଇ ଗାଡିଚଳନା କୁ ରୋକିବା, ଦୃତ ଗତିରେ ଗାଡ଼ିଚାଲାନା, ଜମନକିରା ବସ ଷ୍ଟାଣ୍ଡର ଟ୍ରାଫିକ ବ୍ୟବସ୍ଥା, ଗ୍ରାମାଞ୍ଚଳରେ ରାତ୍ରି ପାଟ୍ରୋଲିଙ୍ଗ ବଢ଼ାଇବା, ଜବରଦଖଲ ଉଚ୍ଛେଦ କରିବା, ଜମନକିରା ଅଞ୍ଚଳର ଫାଶିମାଲ ଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ ଦେବା, ପ୍ରତ୍ୟେକ ଗ୍ରାମର ମୁଖ୍ୟ ଛକ ଗୁଡିକରେ ଥାନାକୁ ସହଯୋଗ ପାଇଁ ଯୋଗାଯୋଗ ନମ୍ବର୍ ସୂଚିତ କରିବା, ଗୌଡପାଲି ଠାରୁ ଜମନକିରା ବାଇପାସ୍ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ, ଆବଶ୍ୟକ ଛକ ଗୁଡିକରେ ଲାଇଟ ର ବ୍ୟବସ୍ଥା, ରାଜରାସ୍ତା ୫୩ କୁ ସମୂର୍ଣ୍ଣ ନ କରି ବେଆଇନ ଭାବେ ଏନଏଚଏଆଇ ପକ୍ଷରୁ ନିଲଡୁଙ୍ଗୁରି ଠାରେ ଟୋଲ ଟାସ୍କ କୁ ଆଦାୟ କରାଯାଉଥିବା ନେଇ ବୈଠକରେ ତୀବ୍ର ବିରୋଧ କରାଯାଇଥିଲା, ଜମନକିରା ପୁରୁଣା ଥାନାରେ ଏକ ବିଟ ହାଉସ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଇ ସମସ୍ୟା ଗୁଡ଼ିକର ଯେପରି ଆସୁ ସମାଧାନ ହୋଇ ପାରିବ ସେ ଦିଗରେ ଥାନା ଅଧିକାରୀ ଶ୍ରୀମତୀ ସାହୁ ପ୍ରାଣପଣେ ଚେଷ୍ଟା କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ ଏବଂ ଜନସାଧାରଣ ତାଙ୍କୁ ଏ ଦିଗରେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ। ଶେଷରେ କୁଲୁଣ୍ଡି ଫାଣ୍ଡି ଅଧିକାରୀ ସୁଧୀର ମହାକୁଲ ଧନ୍ୟବାଦ ଅର୍ପଣ କରିଥିଲେ।