Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ଅର୍ପଣ ରଥ ପରିକ୍ରମାରେ ସାମିଲ ହେଲେ ପ୍ରଶନ୍ନ ଆଚାର୍ଯ୍ୟ

ସମ୍ବଲପୁର(ମେଘପାଳ): ଓଡିଆ ସଂସ୍କୃତି ଓ ଆଧ୍ୟାତ୍ମିକ ପୁନଃଜାଗରଣର ନୈବେଦ୍ୟ ନେଇ ସାରା ଓଡିଶା ପରିକ୍ରମା କରୁଥିବା ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଆଜି ମେଘପାଳ ଅଞ୍ଚଳରେ ପରିକ୍ରମା କରିଛି । ଏହି ଅବସରରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ, ମନ୍ତ୍ରୀ, ସାଂସଦ ତଥା ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ପ୍ରଶନ୍ନ ଆଚାର୍ଯ୍ୟ ମେଘପାଳରେ ଅର୍ପଣ ରଥକୁ ସ୍ୱାଗତ କରିବା ସହିତ ମୁଣ୍ଡିଆ ମାରି ପଞ୍ଚାୟତ ବାସୀଙ୍କ ପକ୍ଷରୁ ନୈବେଦ୍ୟ ପ୍ରଦାନ କରି କୋଟି ବ୍ରହ୍ମାଣ୍ଡର ମହାନାୟକ ଜଗନ୍ନାଥ ମହାପ୍ରଭୂଙ୍କ ନିକଟରେ ସମଗ୍ର ପଞ୍ଚାୟତ ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମେଘପାଳ ସରପଞ୍ଚ୍ ମମତା ପ୍ରଧାନ,ସମିତି ସଭ୍ୟା ଲିଲିମା ଧରୁଆ,ନାଏକ ସରପଞ୍ଚ୍ ଅଜୟ ଡାଙ୍ଗ,ସିଆରପି ସଞ୍ଜୁଲତା ପ୍ରଧାନ, ଅଞ୍ଜୁଲତାଲୁହା,କୃଷିମିତ୍ର ନଳିନୀ ମିର୍ଦ୍ଧା,ସୁଗାଡ କାଣ୍ଡୁଲନା,ଲିଲିମା ପ୍ରଧାନ,ମାନଧାତା ଲୁହା,ଦୟାନିଧି ଝାଙ୍କର,ପୁର୍ଣ୍ଣ ଚନ୍ଦ୍ର ସାହୁ,ବିଜେଡିର ପୁର୍ବତନ ଯୁବ ସଭାପତି ଖରାଂଶୁ ଦେବ ପ୍ରମୁଖଙ୍କ ସହିତ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଆଜି ଅର୍ପଣ ରଥ ପାନପୋଷି ଗ୍ରାମରୁ ବାହାରି ମେଘପାଳ, ଟାମ୍ପରସିଂହା, ବଞ୍ଜାରି ଟିକ୍ରା,ଲଇକେରା ବାହାଲ, ତିଲେଇମାଲ ପ୍ରଭୃତି ଗ୍ରାମରେ ନଗର ସଂକିର୍ତ୍ତନ ସହିତ ପରିକ୍ରମା କରିଥିଲା।ସବୁଠି ଗ୍ରାମ ବାସୀଙ୍କ ପକ୍ଷରୁ ଝୋଟି ମୁରୁଜ ପକାଇ ଅର୍ପଣ ରଥକୁ ସ୍ୱାଗତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ