Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ହେବ ପ୍ରଥମ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା: ମହାନଗର ନିଗମ ଆୟୁକ୍ତ ଦେଲେ ପ୍ରତିଶୃତି, ସମସ୍ତ ସହଯୋଗ ରହିବ

ସମ୍ବଲପୁର:ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା।ଏଥିପାଇଁ ଧନୁଯାତ୍ରା କମିଟିର ସଦସ୍ୟ ସମ୍ବଲପୁର ମହାନଗର ନିଗମର ଆଯୁକ୍ତଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରି ସମ୍ବଲପୁରୀ ଧନୁଯାତ୍ରା ସମନ୍ଧିୟ ସୂଚନା ପ୍ରଦାନ ପୂର୍ବକ ଏହି ଯାତ୍ରା ନିମନ୍ତେ ମହାନଗର ନିଗମର ସହଯୋଗ ଓ ସହାୟତା ଲୋଡ଼ିଥିଲେ।ବିଶେଷ କରି ପ୍ରସ୍ତାବିତ ଗୋପପୁର ପାଇଁ ଚିହ୍ନଟ ହୋଇଥିବା ଚାଉଁରପୁରର ପରିମଳ ବ୍ୟବସ୍ଥା, ନଦିଘାଟ ସଫେଇ, ଗ୍ରାମର ରାସ୍ତା କଂକ୍ରିଟ କରଣ ନିମନ୍ତେ ଅନୁରୋଧ କରିଥିଲେ। ଆଯୁକ୍ତ ଶ୍ରୀଯୁକ୍ତ ବେଦ ଭୂଷଣ, ସମ୍ବଲପୁର ମହାନଗର ନିଗମ ତରଫରୁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ।ଏହି ସାକ୍ଷାତ ସମୟରେ କମିଟିର ଗୁଣରଞ୍ଜନ ସାଲିମା, ବାବୁଲୁ ବାଗ, ଲଳିତ ବେଵର୍ତା, ସୌରୀ ନାରାୟଣ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ବାଗ, ଚୈତନ୍ୟ ନାୟକ, ନିଶିକାନ୍ତ ବିଶ୍ୱାଳ ଫଣିନ୍ଦ୍ର ପଣ୍ଡା, ଅନୁପ ତରିଆ,ଘୁନୁ ଚରଣ ପାଢ଼ୀ ଯୋଗେଶ ନନ୍ଦ, ଲିଳିମା ମଲ୍ଲିକ, ସସ୍ମିତା ଦୀପ ଓ ବେବି ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଆୟୁକ୍ତଙ୍କ ସହିତ ଧନୁଯାତ୍ରା କମିଟି ସାକ୍ଷାତ ଆଲୋଚନା କରିବା ପରେ ଯାତ୍ରା ଆୟୋଜନ ପାଇଁ କମିଟିର ଉତ୍ସାହ ଅଧିକ ପରିଷ୍ପୁୁଟିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ